ବିଚାର

ସେପ୍ଟେମ୍ବର ୧୪ , ୨୦୨୩ ଭାଦ୍ରବ ଅମାବାସ୍ୟା ଦିନ ଗୋମତାଙ୍କୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ହୋଇଯିବେ ଧନୀ ।

ହିନ୍ଦୁ ଧର୍ମରେ ଭାଦ୍ରବ ଅମାବାସ୍ୟାର ଏକ ବିଶେଷ ମହତ୍ତ୍ୱ ରହିଛି । ଏହି ଅମାବାସ୍ୟା ଦିନ ଯଦି ମନୁଷ୍ୟ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଏ ତେବେ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂର ହେବା ସହିତ ସମୃଦ୍ଧତା ମଧ୍ୟ ଆସିଥାଏ । ତେଣୁ ଏହି ଆମେ ଆପଣଙ୍କୁ ଏହି ଦିନ ଗୋମତାଙ୍କୁ କେଉଁ ଜିନିଷ ଖୁଆଇବା ଲାଭଦାୟକ ହେବ ସେହି ବିଷୟରେ କହିବାକୁ ଯାଉଛୁ । ଗାଈ ମଧ୍ୟରେ ତେତିଶ କୋଟି ଦେବଦେବୀ ବାସ କରନ୍ତି । ତେଣୁ ଗାଈକୁ ପାଳନ କଲେ ଏବଂ ପୂଜା କଲେ ତେତିଶ କୋଟି ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଗାଈର ସମ୍ବନ୍ଧ ଗୁରୁ ଗ୍ରହ ସହିତ ରହିଥିବାରୁ ପ୍ରତ୍ୟେକ ଦିନ ଗାଈକୁ ଘରର ପ୍ରଥମ ରୁଟି ଖାଇବାକୁ ଦେଲେ ଗୁରୁଗ୍ରହ ମଜବୁତ ରହିଥାଏ ।

ମାନସିକ ଚିନ୍ତାରେ ଆପଣ ପୀଡ଼ିତ ହେଉଥିଲେ ରୁଟିରେ ଗୁଡ଼ ଲଗାଇ ଗୋମତାଙ୍କୁ ଖାଇବାକୁ ଦେଇ ପାରିବେ । କିନ୍ତୁ ଗାଈକୁ କେବେ ବଳକା ବାସୀ ଖାଦ୍ୟ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଗୋମାତା ଏବଂ ତେତିଶ କୋଟି ଦେବଦେବୀଙ୍କର ଅପମାନ ହୋଇଥାଏ । ଗାଈକୁ ଅଇଁଠା ମଧ୍ୟ ଖାଇବାକୁ ଦେବା ଉଚିତ ନୁହେଁ । କିନ୍ତୁ ତ୍ରେତୟା ଯୁଗରେ ମାତା ସୀତାଙ୍କ ଅଭିଶାପ କାରଣରୁ ଗାଈକୁ ଅଇଁଠା ଖାଇବାକୁ ପଡ଼ିଥାଏ । ଗାଈର ବେକର ଉପର ପାଖରେ ଥିବା ସୂର୍ଯ୍ୟ କେତୁ ନାଡ଼ି ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ୱର୍ଣ୍ଣ କ୍ଷାର ସୃଷ୍ଟି ହୋଇଥାଏ ଯାହା ଗାଈ କ୍ଷୀରରେ ରହିଥାଏ । ଏମିତିରେ ତ ଗାଈକୁ ଘରେ ପାଳିବା ଉଚିତ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଅଭାବ ରହେ ନାହିଁ ।

କିନ୍ତୁ ଆପଣ ଘରେ ରଖିବାକୁ ଅସମର୍ଥ ଥିଲେ ଅତିକମରେ କୌଣସି ଗାଈକୁ ପ୍ରତ୍ୟେକ ଦିନ ରୋଟି ଖୁଆଇ ପାରିବେ କିମ୍ବା ଗାଈ ନାମରେ ପ୍ରତିଦିନ ଟଙ୍କା ରଖି ତାହାକୁ ଏକ ମାସ ପରେ କିମ୍ବା ଦୁଇ ମାସ ପରେ କୌଣସି ଗୋଶାଳା କିମ୍ବା ମନ୍ଦିରରେ ଦାନ କରିଦେବା ଉଚିତ । ସନ୍ଧ୍ୟା ସମୟରେ ଗୋମାତା ଘରକୁ ଫେରୁଥିବା ସମୟରେ ଖୁରାରୁ ଉଡୁଥିବା ଧୂଳି ମନୁଷ୍ୟର ପାପ ଦୂର କରିଥାଏ । ପାଠ ପଢ଼ାରେ ସମସ୍ୟା ଥିଲେ ଗାଈକୁ ସବୁଜ ଚାରା ଖୁଆଇବା ଉଚିତ । ଏହାଦ୍ବାରା ବିଦ୍ୟାର୍ଥୀର ସବୁ ମନସ୍କାମନା ପୂରଣ ହୋଇଥାଏ । ଗୋଦାନ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଶନି ଦୋଷାରୁ ମୁକ୍ତି ପାଇଁ କଳା ଗାଈ ଦାନ କରି ପାରିବେ ।

ଯଦି ବ୍ୟକ୍ତି ଖୁବ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳୁନାହିଁ ତେବେ ଗାଈକୁ ରୋଟି ଖୁଆଇ କାନରେ ନିଜର ମନସ୍କାମନା କହି ଗୋମତାଙ୍କ ଆଶୀର୍ବାଦ ନିଅନ୍ତୁ । ଗୋମାତାଙ୍କୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରର ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ । ଘରକୁ ଆସୁଥିବା ଗାଈକୁ ଖାଇବାକୁ ଏବଂ ପିଇବାକୁ ନିଶ୍ଚୟ ଦିଅନ୍ତୁ । ଏପରି କରିବା ଦ୍ୱାରା ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଗୋମାତାଙ୍କୁ ଶୀତ ଦିନରେ ଗୂଡ଼ ଖାଇବାକୁ ଦିଅନ୍ତୁ କିନ୍ତୁ ଗ୍ରୀଷ୍ମ ଋତୁରେ ନୁହେଁ । ଗୋମାତାଙ୍କୁ ପୂଜା କରିବା ଏବଂ ଭୋଜନ କରାଇବା ଦ୍ୱାରା ପିତୃ ଦୋଷ ଦୂର ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button