ଓଡିଶା

ବିଜେପିରୁ ନିଲମ୍ବନ ହେଲେ ଭୁବନେଶ୍ବର ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ ଏବଂ ଆଉ ଛଅ ଜଣ

ଭୁବନେଶ୍ବର: ଏକ ଘଟଣା କ୍ରମେ ବିଜେପି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୁନୀତି ଗତ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ଟକ୍କର ଦେଇଥିଲେ। ତାଙ୍କୁ ସେତେବେଳେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀ କରିଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ମନମୋହନ ସାମଲ ତାଙ୍କୁ ନିଲମ୍ବନ କରିଛନ୍ତି।

ସେହିପରି ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ଶ୍ରୀ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତା ଶ୍ରୀ ଧନେଶ୍ୱର ବାରିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button