ନାଗପୁର ହିଂସାର ମାଷ୍ଟରମାଇଣ୍ଡ୍ ଫହିମ ଗିରଫ: ଉତ୍ତେଜନାମୂଳକ ଭାଷଣରୁ ହିଂସା, ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର

ନାଗପୁର: ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଫହିମ ସମିମ୍ ଖାନ୍କୁ ପୁଲିସ ବୁଧବାର ଗିରଫ କରିଛି। ମାଇନରିଟିଜ୍ ଡେମୋକ୍ରାଟିକ୍ ପାର୍ଟି (ଏମ୍ଡିପି)ର ସେ ନଗର ସଭାପତି ଅଛନ୍ତି। ଗଣେଶପୀଠ ଥାନାରେ ରୁଜୁ ହୋଇଥିବା ଏତଲାରେ ଖାନ୍ଙ୍କ ନାମ ଯୋଡ଼ାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ଭିଡିଓରେ ସେ ୧୭ ତାରିଖର ହିଂସା ପୂର୍ବରୁ ଲୋକଙ୍କୁ ଉସ୍କାଇବା ଭଳି ଭାଷଣ ଦେଇଥିବା ଦେଖିବାକୁ ମିଳିଛି। ଯଶୋଧାରାନଗରସ୍ଥିତ ସଞ୍ଜୟ ବାଗ୍ କଲୋନିର ବାସିନ୍ଦା ଫହିମ୍ଙ୍କ ବୟସ ୩୮ ବର୍ଷ। ଗିରଫ ପରେ ପୁଲିସ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ନିଜ ହେପାଜତକୁ ନେଇଛି। ଫହିମଙ୍କ ସମେତ ଅନ୍ୟ ୨୬ ଜଣଙ୍କୁ ମଧ୍ୟ ପୁଲିସ ହାଜତକୁ ନେଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରାରମ୍ଭିକ ତଦନ୍ତ ଏବଂ ଭିଡିଓ ପ୍ରମାଣରୁ ଫହିମଙ୍କ ଭାଷଣ ଉତ୍ତେଜନା ବଢ଼ାଇଥିଲା।
ଏଥିଯୋଗୁ ନାଗପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଶୃଙ୍ଖଳ ଜନତା ଭୟଙ୍କର କ୍ଷତି ଘଟାଇଛନ୍ତି। ୨ଟି ଜେସିବି ମେସିନ୍ ଏବଂ ୪୦ଟି ଯାନବାହନ ଜାଳି ଦେଇଛନ୍ତି। ଏଥିସହ ପୁଲିସ ଭ୍ୟାନ୍ ଭଙ୍ଗାରୁଜା ଏବଂ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଛନ୍ତି। ହିଂସାରେ ୧୦ ଦଙ୍ଗା ନିରୋଧୀ କମାଣ୍ଡୋ, ୨ ଆଇପିଏସ ଅଫିସର ଏବଂ ୨ ଜଣ ଅଗ୍ନି ନିର୍ବାପକ କର୍ମଚାରୀ ଆହତ ହୋଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ସହରର ପ୍ରାୟ ୩୦ ପ୍ରତିଶତ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। କେନ୍ଦ୍ରୀୟ ନାଗପୁରରେ ୨ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ଏହି ମାମଲାରେ ଆଜି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ୮ ଜଣ କର୍ମଚାରୀ କୋଟୱାଲି ପୁଲିସରେ ଆତ୍ମସମର୍ପଣ କରିଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ପ୍ରଥମେ ଗିରଫ କରି ପରେ କୋର୍ଟରେ ହାଜର କରାଯାଇଥିଲା। ଛତ୍ରପତି ଶାମ୍ଭାଜୀ ନଗରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ହଟାଇବା ଦାବିରେ ଆନ୍ଦୋଳନ ସମୟରେ ଏକ ସଂପ୍ରଦାୟର ପବିତ୍ର ଗ୍ରନ୍ଥର ଅପବିତ୍ରୀକରଣ କରାଯାଇଥିବା ନେଇ ଗୁଜବ ପ୍ରଚାର ହେବାପରେ ହିଂସା ସୃଷ୍ଟି ହୋଇଥିଲା। ଏହାପରେ ହିଂସା ସହରର ଅନ୍ୟସ୍ଥାନକୁ ବ୍ୟାପିବାରୁ ୩୪ ଜଣ ଆହତ ହୋଇଥିଲେ। ତେବେ ମାମଲାରେ



