ଦେଶ ବିଦେଶ

ଚୀନର ନୌସେନାର ଦାଦାଗିରି, ଫିଲିପାଇନ୍ସର ଜାହାଜକୁ ଜାଣିଶୁଣି ମାରିଲା ଧକ୍କା – Utkal Mail


ମାନିଲା : ଦକ୍ଷିଣ ଚୀନ ସାଗରରେ ଚୀନର ଦାଦାଗିରି ଦିନକୁ ଦିନ ବଢିଚାଲିଛି । ଏହି ବିବାଦୀୟ କ୍ଷେତ୍ରରେ ଚୀନ ତଟରକ୍ଷୀ ବାହିନୀର ଏକ ଜାହାଜ ଫିଲିପାଇନ୍ସର ତଟରକ୍ଷୀ ବାହିନୀର ଏକ ଜାହାଜ ଓ ଏକ ଯୋଗାଣ ବୋଟକୁ ଜାଣିଶୁଣି ଧକ୍କା ଦେଇଛି ।

ଫିଲିପାଇନ୍ସ ଅଧିକାରୀମାନେ କହିଛନ୍ତି ଯେ ଦକ୍ଷିଣ ଚୀନ୍ ସାଗରର ଏକ ବିବାଦୀୟ ଉପକୂଳରେ ରବିବାର ଦୁଇଟି ପୃଥକ ଘଟଣାରେ ଚୀନ୍ ତଟରକ୍ଷୀ ବାହିନୀର ଏକ ଜାହାଜ ଏବଂ ଏହାର ଗୋଟିଏ ଜାହାଜକୁ ଓ ଏକ ଯୋଗାଣ ବୋଟକୁ ଧକ୍କା ଦେଇଛି । ଚୀନର ଏହି ପଦକ୍ଷେପକୁ ବିପଜ୍ଜନକ, ଦାୟିତ୍ୱହୀନ ଓ ବେଆଇନ ବୋଲି ବର୍ଣ୍ଣନା କରିଛି ଫିଲିପାଇନ୍ସ । ଫିଲିପାଇନ୍ସ କର୍ତ୍ତୃପକ୍ଷ ଦ୍ବିତୀୟ ଥୋମାସ ଉପକୂଳରେ ଘଟିଥିବା ଘଟଣାରେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ସୂଚନା ଦେଇନାହାନ୍ତି। ଫିଲିପାଇନ୍ସର ଦୀର୍ଘଦିନର ସୁରକ୍ଷା ସହଯୋଗୀ ଆମେରିକା ଏହି ଘଟଣାକୁ ନିନ୍ଦା କରିଛି।

ସେପଟେ ଫିଲିପାଇନ୍ସ ସରକାର ଚୀନର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ଏହାକୁ ତାହାର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛନ୍ତି । ଫିଲିପାଇନ୍ସ ରିପୋର୍ଟ ଉପରେ ଚୀନ୍ ଦୂତାବାସ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ମାନିଲାରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ମେରିକେ କାର୍ଲସନ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଚୀନର ଆୟାଙ୍ଗିନ୍ ଉପକୂଳର କାର୍ଯ୍ୟକଳାପକୁ ଆମେରିକା ନିନ୍ଦା କରୁଛି, ଯାହା ଫିଲିପାଇନ୍ସର ଲୋକଙ୍କ ଜୀବନକୁ ବିପଦରେ ପକାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button