ଧର୍ମ

ପିତୃ ପକ୍ଷରେ ଭୁଲରେ ବି ସେବନ କରନ୍ତୁ ନାହିଁ ଏହି ଜିନିଷ । ପିତୃ ପୁରୁଷ ହେବେ କ୍ରୋଧିତ ।

ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ପିତୃ ପକ୍ଷର ଆରମ୍ଭ ହୋଇଥାଏ । ଏହାକୁ ସର୍ବପିତୃ ଅମାବାସ୍ୟା ମଧ୍ୟ କୁହାଯାଏ । ଏହି ସମୟରେ ପିତୃ ନିଜ ଲୋକଙ୍କ ଠାରୁ ଶ୍ରାଦ୍ଧ ଗ୍ରହଣ କରିବାକୁ ମର୍ତ୍ତକୁ ଆସିଥାନ୍ତି । ତେଣୁ ଷୋହଳ ଦିନ ପିତୃଙ୍କୁ ସମର୍ପିତ ହୋଇଥାଏ । ଏହି ସମୟରେ ପିତୃଙ୍କୁ ପିଣ୍ଡ ଦାନ କରାଯାଏ । ପିତୃ ପକ୍ଷ ସମୟରେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରାଯିବା ଉଚିତ ନୁହେଁ ଏବଂ ଏହା ସହିତ କିଛି ଏପରି ଖାଦ୍ୟ ରହିଛି ଯାହା ସେବନ କରିବା ବର୍ଜିତ ଅଟେ ଏବଂ ତାହାକୁ ପିତୃଙ୍କୁ କିମ୍ବା ବ୍ରାହ୍ମଣଙ୍କୁ ଭୋଜନରେ ଦେବା ଉଚିତ ନୁହେଁ।

ନଚେତ ପିତୃ ଦୋଷ ଉତ୍ପନ୍ନ ହୋଇଥାଏ । ପିତୃ ପକ୍ଷରେ ଭୁଲରେବି ମାଛ ମାଂସ ଅଣ୍ଡା , କିମ୍ବା ପିଆଜ ରସୁଣ ଦ୍ୱାରା ପ୍ରସ୍ତୁତ ଭୋଜନ ଭୁଲରେବି ନିଜେ ସେବନ କରନ୍ତୁ ନାହିଁ କିମ୍ବା ତାହାକୁ ପିତୃ ପୁରୁଷ ଏବଂ ବ୍ରାହ୍ମଣଙ୍କୁ ମଧ୍ୟ ଦିଅନ୍ତୁ ନାହିଁ । କାରଣ ତାହା ଭଗବାନ ବିଷ୍ଣୁ , ମାତା ଲକ୍ଷ୍ମୀ ଏବଂ ପୂର୍ବଜଙ୍କ ଦ୍ଵାରା ଗ୍ରହଣୀୟ ନୁହେଁ ।

ଏହାବ୍ୟତୀତ ପିତୃପକ୍ଷ ସମୟରେ ନିଜେ ବାସୀ ଭୋଜନ ଗ୍ରହଣ କରନ୍ତୁ ନାହିଁ କିଂନ5କାହାକୁ ଦିଅନ୍ତୁ ନାହିଁ । କାରଣ ଏହି ସମୟରେ ପିତୃ କୌଣସିବି ରୂପରେ ଆପଣଙ୍କ ଘରକୁ ଆସି ପାରନ୍ତି । ଏହାବ୍ୟତୀତ ଚଣା , ମସୁର ଡାଲି , ମଦ ସେବନ କରନ୍ତୁ ନାହିଁ । ଭୋଜନରେ ଡାଲି , ଭାତ , ରୋଟି ଭଳି ଜିନିଷ ନବନାଇ କଚରି , ପୁରୀ ଭଳି ଭୋଜନ ବନାଇ ପାରିବେ ।

ଏହି ସମୟରେ କଳା ଜିରା କିମ୍ବା କଳା ଲୁଣ , ଲେମ୍ବୁ , କ୍ଷୀର , ଦହି , ଅନ୍ୟ ଧଳା ରଙ୍ଗର ଖାଦ୍ୟ ପଦାର୍ଥର ମଧ୍ୟ ସେବନ କରନ୍ତୁ ନାହିଁ । ପିତୃ ପକ୍ଷରେ ଖିରି ବନାଇ ପିତୃ ପୁରୁଷଙ୍କୁ ଅର୍ପିତ କରି ପାରିବେ ଏବଂ ବ୍ରାହ୍ମଣ ଭୋଜନ କରାଇ ପାରିବେ । ଆପଣ ଖିରିରେ କ୍ଷୀର ମିଶାଇ ତାହାକୁ ପ୍ରସ୍ତୁତ କରି ପ୍ରସାଦ ଆକାରରେ ସେବନ କରି ପାରିବେ ।

କିନ୍ତୁ କ୍ଷୀରକୁ ସିଧାସଳଖ ସେବନ କରିବା ବର୍ଜିତ ଅଟେ । ପିତୃ ପକ୍ଷରେ ଆପଣ କୌଣସିବି ଭୋଜନ ପ୍ରସ୍ତୁତ କରୁଛନ୍ତି ସେଥିରେ ତିଳ ନିଶ୍ଚିତ ପକାନ୍ତୁ । ଶାସ୍ତ୍ର ଅନୁଯାୟୀ ଯେଉଁ ଭୋଜନରେ କଳା ତିଳ ଥାଏ ତାହାକୁ ପିତୃ ଗ୍ରହଣ କରିଥାନ୍ତି । ଯାହାକି ଭୂତ ପିଶାଚ ଠାରୁ ଭୋଜନକୁ ରକ୍ଷା କରିଥାଏ । ପିତୃ ପକ୍ଷରେ ଅନ୍ୟ ଘରକୁ ଯାଇ ଭୋଜନ କରିବା ମଧ୍ୟ ବର୍ଜିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button