ଓଡିଶା
ନିଶ୍ଚିନ୍ତକୋଇଲି ପିପି କଲେଜ ସାମ୍ନାରେ ଦୁର୍ଘଟଣା, ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର

ସାଲେପୁର : ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର । କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ପିପି କଲେଜ ସାମ୍ନାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡ଼ି। ଟ୍ୟାଙ୍କରଟି କେନ୍ଦ୍ରାପଡ଼ାରୁ କଟକ ଯାଉଥିବାବେଳେ ରାସ୍ତା କଡକୁ ଓଲଟି ପଡିଥିଲା । ଟ୍ୟାଙ୍କରରେ ତେଲ ଭର୍ତ୍ତି ହୋଇରହିଥିବାରୁ ବିପଦପୂର୍ଣ୍ଣ ରହିଛି । ତେଲ ମଧ୍ୟ ଲିକ୍ ହେଉଛି । ନିଶ୍ଚିନ୍ତକୋଇଲି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି ।