ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଜୀରା ପାଣି ପିଇବାର ଚମତ୍କାରି ଫାଇଦା, ମୂଳରୁ ଶେଷ କରେ ଏହି 10 ଟି ବଡ ରୋଗ ( Healthy Tips )

ସକାଳୁ ଖାଲି ପେଟରେ ଜୀରା ପାଣି ପିଇବାର ଚମତ୍କାରି ଫାଇଦା, ମୂଳରୁ ଶେଷ କରେ ଏହି 10 ଟି ବଡ ରୋଗ ( Healthy Tips )

ନମସ୍କାର ବନ୍ଧୁଗଣ ତେବେ ମଣିଷ ଶରୀରରେ ଆଜିକାଲି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଉଛି । ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ହେଲଥ ତ୍ରିକ୍ସ ମଧ୍ୟ ଆପଣେଇ ଥାଉ । ଆଉ ସେହି ସବୁ ଜିନିଷ କୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟା ରୁ ମଧ୍ୟ ମୁକ୍ତି ପାଇଥାଉ ବିନା ଡାକ୍ତର ଙ୍କ ସାହାଯ୍ୟ ରେ ।

ତେବେ ଆଜି ମୁଁ ଆପଣ ମାନଙ୍କୁ ଯେଉଁ ସବୁ ଘରେଇ ତ୍ରିକ୍ସ ବିଷୟରେ ଜଣେଇବା ପାଇଁ ଚାହୁଁଛି ତାହା ହେଉଛି ଜିରା ର ବ୍ୟବହାର । ଆଉ ଯାହାକୁ ବ୍ୟବହାର କରିକି ଆପଣଙ୍କ ଶରୀରରେ ଦେଖା ଯାଉଥିବା ପାଚନ କ୍ରିୟା ଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା ତାହେଲେ ଆସନ୍ତୁ ଜାଣିବା ।

ତେବେ ଆମେ ମାନେ ଜାଣିବା ଆବଶ୍ୟକ କି ଜିରା ରେ ଥାଇମୋନ ନାମକ ପୋଷକ ତତ୍ତ୍ୱ ରହିଥାଏ ଯାହା ଆମର ଲାଲ ଗ୍ରନ୍ଥି ରେ ଲାଲ କ୍ଷରଣ କରିବା ସହିତ ଅନେକ ହଜମ କାରୀ ଉପାଦାନ ଯଥା ପିତ୍ତ ରସ ମାନଙ୍କର କ୍ଷରଣ ରେ ମଧ୍ୟ ସାହାଯ୍ୟ କରିଥାଏ ଯାହା ଆମର ପାଚନ କ୍ରିୟା ରେ ସାହାଯ୍ୟ କରିଥାଏ ଓ ଖାଦ୍ୟ ହଜମ ହୋଇଥାଏ ଓ ଯାହା ଆମ ଶରୀରରେ ଗ୍ଲୁକୋଜ, କାର୍ବ ହାଇଡ୍ରେଡ଼ ଓ ପ୍ରୋଟିନ ଜାତୀୟ ଖାଦ୍ୟ ର ହଜମ ରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଆମ ଶରୀରରେ ବଢୁଥିବା ଫେଟ କୁ ମଧ୍ୟ କଣ୍ଟ୍ରୋଲ କରେ ତାହା ବ୍ୟତୀତ ଜିରାକୁ ଆମେ ଖାଦ୍ୟ ବା ତରକାରୀ ତିଆରିରେ ମସଲା ଭାବରେ ମଧ୍ୟ ଗ୍ରହଣ କରିଥାଉ ।

ତେବେ ଜିରା ପାଣି ଆମର ଖାଦ୍ୟ ହଜମ କରେଇଥାଏ ୱେଟ ଲସ କରେଇବାରେ ସାହାଯ୍ୟ କରେ ପେଟରେ ବଢୁଥିବା ଚର୍ବି କୁ ମଧ୍ୟ କମେଇଥାଏ ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ଆମର ଲିଭର ଓ ତ୍ୱଚା କୁ ମଧ୍ୟ ସୁସ୍ଥ ରଖିଥାଏ । ଜିରା ପାଣି ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ । ଜିରାରେ ଭିଟାମିନ ସି ଆଉ ଭିଟାମିନ ଏ ରହିଥାଏ ଯାହା ଆମର ରକ୍ତ କୁ ସଫା ରଖିଥାଏ । ଜିରା ଆମର ରକ୍ତ ହୀନତା ଳୁ ମଧ୍ୟ ରୋକିଥାଏ । ଏଥିରେ ଆଇରନ ଅଧିକ ଥିବାରୁ ପ୍ରେଗ୍ନେଣ୍ଟ ମହିଳା ମାନଙ୍କୁ ଖାଇବାକୁ ଦିଆଯାଏ ।

ତେବେ ଏହା ବ୍ୟତୀତ ଜିରା ପାଣିର ସେବନ ଫଳରେ ଅନେମିଆ, ଆଉ ହୃତ ରୋଗ ଭଲ ହୋଇଥାଏ । ଜିରା ଆମର ଶରୀରରେ କଫ ଜମା କରିବାକୁ ଦିଏ ନାହିଁ ଓ ଏହା କଫ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଆଜ୍ମା ଭଳି ରୋଗ ରୁ ରକ୍ଷା ପାଇବା ପାଇଁ ଜିରା ର ବ୍ୟବହାର କରାଯାଏ । ଏହା ଆମର ଏସିଡିଟି ଭଳି ସମସ୍ୟାକୁ ଦୂର କରିଥାଏ ଫୁସଫୁସ ରୁ ଖରାପ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ସୁଗାର ର ପରିମାଣକୁ ବାଲାନ୍ସ କରିବା ସହିତ ଭୋକ ଲାଗିବାରେ ମଧ୍ୟ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button