ଜୀବନଶୈଳୀ

ପର୍ଯ୍ୟଟନ ଭାରତର ଆର୍ଥିକମାନଦଣ୍ଡ

ଭାରତର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ଏବଂ ପର୍ଯ୍ୟଟନର ମହତ୍ତ୍ୱ ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ପାଇଁ ପ୍ରତିବର୍ଷ ଜାନୁଆରୀ ୨୫ ରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ଭାରତରେ ଏପରି ଏକ ଦେଶ ଯାହା ସବୁଜ ପରିସୀମା ସହ ଅନେକ ଐତିହାସିକ ସ୍ଥାନ ରହିଛି।

ଜାତୀୟ ପର୍ଯ୍ୟଟନ ଦିବସ ପାଇଁ ଏହି ବର୍ଷର ଥିମ୍ ହେଉଛି ‘ଗ୍ରାମୀଣ ଏବଂ କମ୍ୟୁନିଟି ସେଣ୍ଟ୍ରିକ୍ ଟୁରିଜିମ୍’। ଜାତୀୟ ପର୍ଯ୍ୟଟନ ଦିବସର ଏକ ଅଂଶ ଭାବରେ, ତେଲେଙ୍ଗାନା ସରକାରଙ୍କ ସହଯୋଗରେ କେନ୍ଦ୍ର ଦ୍ୱାରା ସେମିନାର୍, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବହୁ ସ୍ଥାନରେ ଏହା ପାଳିତ କରାଯାଉଛି। ଅନେକ ରାଜ୍ୟ ନିଜ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।

 ଏହାସହ ଭାରତ କଳା ଏବଂ ଐତିହାସିକ ପୁର୍ଣ୍ଣ। ଏହାର କଳା ସାରା ବିଶ୍ବକୁ ଆକୃଷ୍ଟ କରୁଛି ଯାହା ଦ୍ବାରା ବିଭିନ୍ନ ଦେଶରୁ ପର୍ଯ୍ୟଟକ ମାନେ ଭାରତ କୁ ଆସୁଛନ୍ତି।କୋଭିଡ କାରଣ ଏହା ବହୁତ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। ତେବେ ଆଜିର ଦିନ ପାଳନ କରିବାର ଲକ୍ଷ୍ୟ ହେଉଛି ଦେଶର ଅର୍ଥନୀତିରେ ପର୍ଯ୍ୟଟକ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିବା।

Related Articles

Leave a Reply

Your email address will not be published. Required fields are marked *

Back to top button