ଓଡିଶା

ପୁଣି ଜଣେ ପିଇଓ ଗିରଫ, କ୍ରିକେଟ ବେଟିଂରେ ୩ କୋଟି ସରକାରୀ ଅର୍ଥ ହେରଫେର କରିଥିଲେ

କଳାହାଣ୍ଡି : ପୁଣି ଜଣେ ପିଇଓଙ୍କ କଳାକାରନାମା । କ୍ରିକେଟ ବେଟିଂରେ ୩ କୋଟି ସରକାରୀ ଅର୍ଥ ସ୍ବାହା । ଅଭିଯୋଗ ପରେ ଗିରଫ କଲା ଭିଜିଲାନ୍ସ । ୩କୋଟି ୨୬ଲକ୍ଷ ଟଙ୍କାର ସରକାରୀ ଅର୍ଥ ତୋଷାରପାତ କରି ଏହାକୁ କ୍ରିକେଟ ବେଟିଂରେ ଲଗାଇ ଗିରଫ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲନେଗୀ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର । ନିଜ ସରକାରୀ କ୍ଷମତାର ଦୂରୁପଯୋଗ ଓ ସରପଞ୍ଚଙ୍କ ଜାଲ ଦସ୍ତଖତ କରି ସରକାରୀ ଟଙ୍କା ହଡ଼ପ କରିଥିଲେ ।  ଚେକ ମାଧ୍ୟମରେ ଓ ଅନଲାଇନ ଟ୍ରାନସଫର ଜରିଆରେ ଟଙ୍କାକୁ ସେ ଧର୍ମଗଡ଼ ବଜାରରେ ଥିବା ଏସବିଆଇ ବ୍ରାଞ୍ଚର ନିଜ ଆକାଉଣ୍ଟକୁ ପଠାଇଥିଲେ ଦେବାନନ୍ଦ ।

ପୋଡ଼ାପଦର ଗ୍ରାମପଞ୍ଚାୟତରୁ ଏକ କୋଟି ୫୫ଲକ୍ଷ ଓ ତଲନେଗୀ ଗ୍ରାମପଞ୍ଚାୟତରୁ ଏକ କୋଟି ୭୧ ଲକ୍ଷ ଟଙ୍କା ଲୁଟିଛନ୍ତି । ଗ୍ରାମପଞ୍ଚାୟତରୁ ଅର୍ଥ ହେରଫେର ନେଇ ତନାଘନା ପରେ ଘଟଣା ସାମନାକୁ ଆସିଥିଲା । ଫେୟାର ପଲେନ ନାମକ ଅନଲାଇନ ପୋର୍ଟାଲରେ କ୍ରିକେଟ ବେଟିଂ କରି ଏହି ଟଙ୍କା ଲଗାଇଥିବା ଜଣାପଡ଼ିଛି ।  ଭିଜିଲାନସ ତାଙ୍କୁ ପଚରାଉଚରା କରି ଗିରଫ କରିଛି । ଏହା ଦେବାନନ୍ଦଙ୍କ ନାଁରେ ପ୍ରଥମ ଅର୍ଥ ତୋଷାରପାତ ମାମଲା ନୁହେଁ । ପୂର୍ବରୁ ମଧ୍ୟ ଟଙ୍କା ହେରଫେର କରି ସସପେଣ୍ଡ ହୋଇଥିଲେ । ପୋଡ଼ାପଦରର ଗ୍ରାମପଞ୍ଚାୟତ ପିଇଓ ଥିବା ବେଳେ ଅର୍ଥ ତୋଷାରପାତ ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ଲାଞ୍ଜିଗଡ଼ ବ୍ଲକର ବଡ଼ଛତ୍ରାଙ୍ଗ, ବିରିକୋଟ ଓ ପାହାଡ଼ପଦରରେ ପିଇଓ ଥିବା ବେଳେ ଏକ କୋଟି ୪ଲକ୍ଷ ଟଙ୍କା ହେରଫେର କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button