ସ୍ୱାସ୍ଥ୍ୟ

ଭାତ ନା ରୁଟି – କଣ ଖାଇଲେ କମିବ ଓଜନ ?

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଲୋକ ମାନେ ନିଜ ଦେହ ପ୍ରତି ସବୁବେଳ ପାଇଁ ଯତ୍ନବାନ ହୋଇ ରହି ଥାଆନ୍ତି। ଯେଉଁ ଜିନିଷ ମଣିଷ ଦେହକୁ ସୁଟ କରିଥାଏ, ସେହି ଖାଦ୍ୟ ହିଁ ସେମାନେ ଖାଇ ଥାଆନ୍ତି। କିଛି ଲୋକ ମାନେ ଅଛନ୍ତି ଯିଏ କି ନିଜ ଓଜନ କମେଇବା ଓ ବଢ଼େଇବା ପାଇଁ ଚେଷ୍ଟା କରି ଥାଆନ୍ତି। ଯାହା ଫଳରେ କି ସେମାନେ ଖାଦ୍ୟ ମଧ୍ୟ କମେଇ ଦେଇ ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, Dr. Misha Pepsi କଣ ଖାଇଲେ ଓଜନ କମିବ ଜଣାଇଛନ୍ତି। ତେବେ ଆସନ୍ତୁ ସେ କଣ କହୁଛନ୍ତି ଜାଣିବା;

ସୂଚନା ଅନୁସାରେ, Dr. Misha Pepsi ଙ୍କ ମତ ଅନୁସାରେ, ବହୁତ ଲୋକ ମାନେ ଅଛନ୍ତି ଯିଏ କି ଦିନ ସାରା ହାଇଡେଡ଼ ନିଅନ୍ତି ନାହିଁ। ଏମିତିକି ଦ୍ୱିପ୍ରହରରେ ବି ଭାତ କିମ୍ବା ରୁଟି ଖାଆନ୍ତି ନାହିଁ। ସେମାନେ ଭାବନ୍ତି ଯେ ଭାତ, ରୁଟି ବନ୍ଦ କରିଦେଲେ ଓଜନ କମିଯିବ ଓ ଏଥି ସହିତ ଓଜନ ମେଣ୍ଟେନ ହୋଇ ମଧ୍ୟ ରହିବ। କାର୍ଯ୍ୟ କରିବା ପାଇଁ ଯେଉଁ ଶକ୍ତି ମିଳିଥାଏ, ତାହା କାର୍ବୋ ହାଇଡେଡ଼ ରୁ ହିଁ ମିଳିଥାଏ।

ତେବେ ଯଦି କାର୍ବୋ ହାଇଡେଡ଼ ବନ୍ଦ କରିଦେବେ, ତା’ହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ। କିଟୋସିସ ହେବାର ବହୁତ ଚାନ୍ସ ମଧ୍ୟ ରହିଥାଏ। କିନ୍ତୁ Misha ଙ୍କ କହିବା ଅନୁଯାୟୀ, ଯେଉଁ ଦିନ ଆମିଷ ଖାଉଛନ୍ତି ସେଦିନ ଭାତ ଅଧିକ ମାତ୍ରାରେ ଖାଆନ୍ତୁ ଆଉ ଅଲଗା ଦିନ ମାନଙ୍କରେ ରୁଟି ଖାଆନ୍ତୁ।

ତେବେ ଯାହା ଫଳରେ କି ଡାଏଟ ବାଲାନ୍ସ ହୋଇ ରହିବ ଏଥି ସହିତ ଓଜନ ମଧ୍ୟ ବାଲାନ୍ସ ହୋଇ ରହିବ। ତେବେ ବନ୍ଧୁଗଣ ଏଭଳି କାର୍ଯ୍ୟ କରିଲେ ଶରୀର ସୁସ୍ଥ ରହିବ ଓ କୌଣସି ବି ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିବ ନାହିଁ। ଏଥି ସହିତ ଶରୀର ମଧ୍ୟ ସୁସ୍ଥ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button