ସିଙ୍ଗଡ଼ା ବନେଇଲା କୋଟିପତି, ଗୋଟିଏ ଦିନର ରୋଜଗାର ହେଉଛି ୧୨ ଲକ୍ଷ
ସିଙ୍ଗଡ଼ା ବନେଇଲା କୋଟିପତି, ଗୋଟିଏ ଦିନର ରୋଜଗାର ହେଉଛି ୧୨ ଲକ୍ଷ ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି।ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ।ଆଜ୍ଞା ହଁ ଦର୍ଶକବନ୍ଧୁ ଚାକିରିଆ ଦମ୍ପତିଙ୍କୁ ସିଙ୍ଗଡ଼ା ବନେଇଲା କୋଟିପତି।ମୋଟା ଅଙ୍କର ଦରମା ପାଉଥିଲେ ସୁଦ୍ଧା ନିଜର ବ୍ୟବସାୟ ଆରମ୍ଭ କରିବା ତଥା ସିଙ୍ଗଡ଼ା ଦୋକାନ କରିବା ପାଇଁ ଚାକିରି ଛାଡ଼ି ଦେଇଥିଲେ ଚାକିରିଆ ଦମ୍ପତି।
କେବଳ ଏତିକି ନୁହେଁ ବ୍ୟବସାୟ ପାଇଁ ନିଜର ସ୍ୱପ୍ନର ଘର ମଧ୍ୟ ବିକ୍ରି କରିଦେଇଥିଲେ।ଏବେ ସେମାନଙ୍କ ସମସ୍ତ ପରିଶ୍ରମର ଫଳ ମିଳିଛି।ସିଙ୍ଗଡ଼ା ବିକ୍ରି କରି ଦିନକୁ ୧୨ଲକ୍ଷ ଟଙ୍କା ଆୟ କରୁଛନ୍ତି ଏହି ଦମ୍ପତି।ଆଜି ଦିଲ୍ଲୀ,ମୁମ୍ବାଇ ସମେତ ଦେଶର ଅନେକ ସହରର ଲୋକମାନେ ସେମାନଙ୍କର ସିଙ୍ଗଡ଼ା ଖାଇବା ପାଇଁ ପାଗଳ।ତେବେ ‘ସମୋସା ସିଂ’ ନାମରେ ଦୋକାନ ଖୋଲି ଲୋକଙ୍କୁ ଆକୃଷ୍ଟ କରିବା ଏତେ ସହଜ ନଥିଲା।
ବେଙ୍ଗାଳୁରୁର ଦମ୍ପତି ନିଧି ସିଂ ଓ ତାଙ୍କ ଶିଖର ବୀର ସିଂ ଉଭୟ ଦମ୍ପତି ମୋଟା ଅଙ୍କର ଦରମାରେ ଚାକିରୀ କରୁଥିଲେ।ଦିନେ ହଠାତ୍ କଥାବାର୍ତ୍ତା ସମୟରେ ସ୍ବାମୀ ଶିଖର ତାଙ୍କୁ ସିଙ୍ଗଡା ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଲେ।ପ୍ରଥମେ ତ ନିଧି ଏକଥା ଶୁଣି ଡରିଯାଇଥିଲେ।
୩୦ ଲକ୍ଷ୍ୟ ବେତନ ଛାଡି ୨୦୧୬ ରେ ସମୋସା ସିଂ ଆରମ୍ଭ କରିଥିଲେ।ସମୋସା ସିଂର ପ୍ରତି ମାସରେ ୩ ଲକ୍ଷ ସମୋସା ବିକ୍ରି ହୁଏ।ଦିନକୁ ଏଠି ୧୨ ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ବାର୍ଷିକ କାରବାର ହେଉଛି ୪୫ କୋଟି।।