ଜୀବନଶୈଳୀ

ମହିଳାମାନଙ୍କ ପାଇଁ କେଉଁ ଆଖି ଡେଇଁବା ଶୁଭ, କଣ କହୁଛି ଶାସ୍ତ୍ର, ପଢ଼ନ୍ତୁ ରିପୋର୍ଟ…

ମଣିଷର ଅଙ୍ଗ ଡେଇଁବା ବୈଜ୍ଞାନିକ କାରଣ ବୋଲି କୁହାଯାଇଥାଏ । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଗଭୀର ଅର୍ଥ ରହିଛି । ଅଙ୍ଗ ଡେଇଁବା ଭବିଷ୍ୟତରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାକୁ ସଂକେତ ଦେଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଅଙ୍ଗ ଡେଇଁବା ଅଲଗା ଅଲଗା ଅର୍ଥ ରହିଥାଏ ।

ମହିଳା ମାନଙ୍କର ଡାହାଣ ଆଖି ଡେଇଁବାର କାରଣ :

ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଡାହାଣ ଆଖି ଡେଇଁବା ଶୁଭ ନୁହେଁ । ତେବେ ଯଦି କୌଣସି ପୁରୁଷଙ୍କର ଡାହାଣ ଆଖି ଡେଇଁବ ତାହା ଶୁଭ ଅଟେ । ଯଦି ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବ ତେବେ ଘରକୁ ଧନ ଲାଭ ସଂକେତ ମିଳିଥାଏ । ତେବେ ଆସନ୍ତୁ ଜାଣିବା ମହିଳାଙ୍କର ଡାହାଣ ଆଖି ଡେଇଁଲେ କଣ ସବୁ ଅସୁବିଧା ହୁଏ ।

୧) ଧନ ହାନି ହୋଇଥାଏ ।

୨) କୌଣସି ବିପଦ ଆସିବାର ସଂକେତ ଅଟେ ।

୩) ଘରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।

୪) ଅପଯଶ ପ୍ରାପ୍ତି ହୋଇଥାଏ ।

୫) କୌଣସି ବଡ ବିପଦ ଆସିବାର ସଂକେତ ଅଟେ ।

ମହିଳା ମାନଙ୍କ ପାଇଁ କେଉଁ ଆଖି ଡେଇଁବା ଶୁଭ :

ମହିଳା ମାନଙ୍କର ଯଦି ବାମ ଆଖି ଡ଼େଇଁଥାଏ ତେବେ ଶୁଭ ଅଟେ l ଏହାର ଅର୍ଥ ଆସୁଥିବା ସମୟରେ କିଛି ଭଲ ଘଟଣା ଘଟିପାରେ l

୧) ମହିଳାଙ୍କ ବାମ ଆଖି ଡେଇଁବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ।

୨) ଘରର ଉନ୍ନତି ହୋଇଥାଏ ।

୩) କୌଣସି ଅଧୁରା କାର୍ଯ୍ୟ ପୁରଣ ହୋଇଥାଏ ।

୪) ଘରେ କୌଣସି ଶୁଭ ଖବର ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button