ଜୀବନଶୈଳୀ
୬ ମହଲାରୁ ଖସି ଶ୍ରମିକ ମୃତ, ରଡ଼ ବାନ୍ଧୁଥିବା ସମୟରେ ତଳକୁ ପଡିଯାଇଥିଲେ

କଟକ : ୬ ମହଲାରୁ ଖସି ଶ୍ରମିକ ମୃତ। କଟକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ନିର୍ମାଣାଧୀନ ବିଲଡିଂ ଉପରୁ ଖସି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୁଜୟ କୁମାର । ୬ ତାଲା ଉପରେ ରଡ଼ ବାନ୍ଧୁଥିବା ସମୟରେ ତଳକୁ ପଡିଯାଇଥିଲେ । ପରେ ସଙ୍ଗେ ସଙ୍ଗେ ତାଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।