ସ୍ୱାସ୍ଥ୍ୟ

ଭୟଙ୍କର ଆଣ୍ଠୁଗଣ୍ଠି ଓ ଅଣ୍ଟା ବିନ୍ଧା ଭଲ ହୋଇଯିବ, କେବଳ ଲଗାନ୍ତୁ ଏହି ତେଲ ( Healthy Tips )

ବର୍ତ୍ତମାନ ସମାଜରେ  ସୁସ୍ଥ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା କମ ଓ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅନେକ । ବିଭିନ୍ନ ନୂଆ ନୂଆ ରୋଗ ଦିନକୁ ଦିନ ଚିହ୍ନଟ ହେବାରେ ଲାଗିଛି । ତେବେ ଶରୀର ସେତେବେଳେ ଖରାପ ହୋଇଥାଏ ଯେତେବେଳେ ଆମେ ଅନିୟମିତତା ଜୀବନ ଶୈଳୀରେ ରହିଥାଉ । ତେବେ କିଛି ରୋଗ ସାଧାରଣ ମଧ୍ୟ ହୋଇଥାଏ । ଯାହା ଛୁଆଙ୍କ ଠାରୁ ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ । ଯେପରି ଜଏଣ୍ଟ ବିନ୍ଧା ବା ଗଣ୍ଠି ବିନ୍ଧା ।

ତେବେ ଏହା ସମସ୍ୟା କିଛି ଛୋଟ ପିଲାଙ୍କୁ ମଧ୍ୟ ହେଉଛି କିଛି ବୃଦ୍ଧ ବ୍ୟକ୍ତି କିଛି ଯୁବକଙ୍କୁ ମଧ୍ୟ ହେଉଛି । ତେବେ ଏଥିପାଇଁ ଆପଣ ଔଷଧ ସେବନ କରିବା ଠାରୁ ଭଲ ଯଦି ଆପଣ ଘରୋଇ ଉପଚାର ଦ୍ୱାରା ଏହି ରୋଗ ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇ ପାରିବେ।

ତେବେ ଯଦି ଆପଣଙ୍କ ଗଣ୍ଠି ବିନ୍ଧା ବା ଗଣ୍ଠିଆ ରୋଗ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ୩ ଟି ଘରୋଇ ଉପଚାର କହିବୁ ଯାହା କରିବା ଦ୍ୱାରା ଏହା ଭଲ ହୋଇଥାଏ । ପ୍ରଥମ ଉପାୟ ଆପଣ ୨୦ ରୁ ୨୫ଟି ଲବଙ୍ଗ ନେବେ । ଏକ ପାତ୍ରକୁ ନେଇ ଗ୍ୟାସରେ ରଖି ଏହାକୁ ଗରମ ହେବା ପରେ ଏଥିରେ ଲବଙ୍ଗ ପକାଇ ଦେବେ।

ଏବେ ଏଥିରେ ୧୦୦ ଗ୍ରାମ ସୋରିଶ ତେଲ ବା ରାଶି ତେଲ ମିଶାଇ ଦେବେ । ଏବେ ଏହି ତେଲ କୁ ଆପଣ ଧୀର ଆଞ୍ଚ ରେ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦେବେ । ଆପଣ ଚାହିଁଲେ ଏହି ଲବଙ୍ଗ କୁ ଛେଚି କି ମଧ୍ୟ ବ୍ୟବହାର କରିପାରିବେ। ଏହି ତେଲ କୁ ଅଧିକ ଆଞ୍ଚରେ ବନାଇବେ ନାହିଁ ଏହା ପୋଡ଼ିଗଲେ କୌଣସି କାର୍ଯ୍ୟ କରି ନ ଥାଏ ।

ତେଣୁ ଧୀର ଆଞ୍ଚରେ ଏହାକୁ ଫୁଟାଇଦେବେ ଯେପର୍ଯ୍ୟନ୍ତ ଲବଙ୍ଗ କଳା ନ ହୋଇଛି । ଏହା ପରେ ଏହି ତେଲ କୁ ଥଣ୍ଡା ହେବା ପରେ ଏକ ଡିବା ରେ ରଖିଦେବେ । ଏହା ଆରାମରେ ୧ ମାସ ପର୍ଯ୍ୟନ୍ତ ରହିପାରିବ । ଯେଉଁ ସ୍ଥାନ ରେ ବିନ୍ଧା ହେଉଥିବ ସେହି ସ୍ଥାନ ରେ ଶୋଇବା ଆଗରୁ ମାଲିସ କରି ଶୋଇବେ ।

ଦ୍ଵିତୀୟ ଉପାୟ ଆପଣ ଗୁଆ ଘିଅ ର ସେବନ କରନ୍ତୁ । ଏହା ଗଣ୍ଠି ବିନ୍ଧା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଘିଅକୁ ଆପଣ ତରକାରୀ, ଡାଲି ବା ରୁଟି ରେ ଲଗାଇ ଖାଇ ପାରିବେ। ଏହା ଦ୍ୱାରା ଆପଣଙ୍କ ଚର୍ବି ମଧ୍ୟ ବଢି ନ ଥାଏ । ଯେଉଁମାନଙ୍କର ଜଏଣ୍ଟ ବିନ୍ଧା ହେଉଥାଏ ଓ ସେମାନଙ୍କୁ ଗଣ୍ଠିଆ ରୋଗ ନ ଥାଏ ତେବେ ସେମାନେ ଏହି ତୃତୀୟ ଉପାୟ କରିବେ।

ଏକ ପାତ୍ରରେ ଥଣ୍ଡା ଜଳ ନେଇ ଏଥିରେ ଏକ ରୁମାଲ ବା କପଡା ରେ ବୁଡାଇ ରଖିବେ । ଏହାପରେ ଏହାକୁ ଚିପୁଡିବା ପରେ ବିନ୍ଧା ସ୍ଥାନରେ ନେଇ ଲଗାଇ ଦେବେ। ରୁମାଲ ଶରୀରର ତାପମାତ୍ରା ରେ ଆସିବା ପରେ ପୁନର୍ବାର ଏହାକୁ ଜଳରେ ବୁଡାଇ ପୁନର୍ବାର ସେହି ସ୍ଥାନ ରେ ଲଗାଇବେ ଏହି ଭଳି କରିବା ଦ୍ୱାରା ବିନ୍ଧା ରୁ ମୁକ୍ତି ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button