ଧର୍ମ

Vastu Tips- ତୁଲସୀ ଗଛରେ ପାଣି ଦେବା ବେଳେ ଜପନ୍ତୁ ଏହି ମନ୍ତ୍ର, ଘରକୁ ଆସିବେ ମା’ ଲକ୍ଷ୍ମୀ, ବଢି ଚାଲିବ ଧନ ସମ୍ପତି

ହିନ୍ଦୁ ଧର୍ମ ରେ ଏପରି ଅନେକ ବୃକ୍ଷ ଅଛି ଯାହାଙ୍କୁ ଧର୍ମ ଶାସ୍ତ୍ର ଅନୁସାରେ ପୂଜା କରିବା ଦ୍ୱାରା ଆମର ପାପ ଖୟ ହୋଇଥାଏ । ଆମର ମଙ୍ଗଳ ହୋଇଥାଏ । ଭଗବାନ ଆମ ଉପରେ ପ୍ରସନ୍ନ ହୋଇଥାନ୍ତି। ଆମ ଘରେ ଅଗଣା ରେ ଆମେ ସମସ୍ତେ ବୃନ୍ଦାବତୀଙ୍କୁ ପୂଜା କରିଥାଉ । କୁହାଯାଏ ଯେଉଁ ଘରେ ତୁଲସି ବାସ କରନ୍ତି ସେହି ଘରେ କେବେବି ନକାରାତ୍ମକ ଉର୍ଜା ପ୍ରବେଶ କରେ ନାହିଁ । ତୁଳସୀ ଯେଉଁ ଘରେ ଥାନ୍ତି ସେହି ଘରେ ଦେବା ଦେବୀ ବାସ କରନ୍ତି ।

ତେବେ ତୁଳସୀ ତିନି ପ୍ରକାରର ଥାଏ। କୃଷ୍ଣ ତୁଳସୀ, ଧଳା ତୁଳସୀ ଓ ରାମ ତୁଳସୀ । ତେବେ ତୁଳସୀ ଗଛ ଯଦି ଆପଣଙ୍କ ଘରେ ରହିଥାଏ । ତେବେ ଆପଣ ଏହା ର ପୂଜା କରିବା ସମୟରେ ଏକ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ର ସବୁ ମନ କାମନା ପୂର୍ଣ ହୋଇଥାଏ । ତୁଳସୀ ଗଛ ର ଦୈବୀକ ଗୁଣ ଯେତିକି ଆୟୁର୍ବେଦ ଗୁଣ ମଧ୍ୟ ସେତିକି ।

ତେବେ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ମନ କାମନା ପୂର୍ଣ ହୁଏ । ତାହା ଆମେ ଆପଣଙ୍କୁ ଜଣାଇବୁ। ପ୍ରତିଦିନ ସକାଳୁ ଉଠିବା ପରେ ନିଜର ନିତ୍ୟ କର୍ମ ସାରି । ଏହା ପରେ ତୁଳସୀ ଗଛର ଚାରି ପାର୍ଶ୍ଵ କୁ ଭଲ ରେ ପରିଷ୍କାର କରିନେବେ। ଏହା ପରେ ତୁଳସୀ ମୂଳରେ ଆପଣ ଯେଉଁ ଜଳ ଅର୍ପଣ କରିବେ ସେଥିରେ ଅଳ୍ପ ଗଙ୍ଗା ଜଳ ମିଶାଇ ଦେବେ।

ଅଥବା ଆପଣ ଯଦି ଚାହିଁବେ ତେବେ ଆପଣ ଖାଲି ଗଙ୍ଗା ଜଳ ମଧ୍ୟ ତୁଳସୀ ମୂଳରେ ଅର୍ପଣ କରିପାରିବେ। ନହେଲେ ଅଳ୍ପ ଗଙ୍ଗା ଜଳ ମିଶାଇ ଜଳ ରେ ଏହାକୁ ଅର୍ପଣ କରିପାରିବେ। ଏହା ପରେ ସିନ୍ଦୁର ଓ କୁଂକୁମ ଲଗାଇବେ। ଏହା ତୁଳସୀଙ୍କ ର ଶ୍ରୀଙ୍ଗାର ଅଟେ । ଏହା ପରେ ଏକ ଦୀପ ପ୍ରଜ୍ଵଳନ କରି ବସିବେ । ଓ ଶାନ୍ତ ମନ ରେ ଏହି ମନ୍ତ୍ର ଜପ କରିବେ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ମନ ର କାମନା ଭଗବାନଙ୍କ ନିକଟକୁ ଯାଇଥାଏ ।

କାରଣ ଆପଣ ଜାଣିଛନ୍ତି ତୁଳସୀ ପତ୍ର ବିନା କୌଣସି ପୂଜା ପୂର୍ଣ ହୋଇଥାଏ । ଭୋଗ ରେ ତୁଳସୀ ପତ୍ର ନ ପଡିବା ପର୍ଯ୍ୟନ୍ତ ଜଗନ୍ନାଥ ମହା ପ୍ରଭୁ ଏହାକୁ ଗ୍ରହଣ କରନ୍ତି ନାହିଁ । ତେବେ ଏହାର ମୂଳ ରେ ବସି ଆପଣ ” ମହାପ୍ରସାଦ ଜନନୀ ସର୍ଵସୌଭାଗ ବର୍ଧନି । ଆଦି ବ୍ୟାଧି ଜରାମୁକ୍ତ ତୁଳସୀତ୍ୟଂ ନମଃସ୍ତୁତେ” । ଏହି ମନ୍ତ୍ର ଜପ କରି ନିଜର ମନ ର ସ୍କାମନା ସ୍ମରଣ କରି । ପ୍ରଣାମ କରିବେ । ଦେଖିବେ ଆପଣଙ୍କ ଇଛା ବହୁତ ଶୀଘ୍ର ପୂର୍ଣ ହେବ। ଆପଣଙ୍କ ଘର ପାଇଁ ମଙ୍ଗଳ ହୋଇଥାଏ । ଏହା ଆପଣ ପ୍ରତିଦିନ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button