ଓଡିଶା

ଶିଳ୍ପର ବିକାଶ ପାଇଁ ୧ଲକ୍ଷ ୬୫ହଜାର ୩୦୩ କୋଟି ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୫୧ ହଜାର ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ୧ଲକ୍ଷ ୬୫ହଜାର ୩୦୩ କୋଟି ନିବେଶକୁ ଅନୁମୋଦନ କରିଛି ହାଇ ଲେବୁଲ କ୍ଲିୟରାନ୍ସ ଅଥରିଟି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ହାଇ ଲେବୁଲ କ୍ଲିୟରାନ୍ସ ଅଥରିଟି ଏହି ସମସ୍ତ ଶିଳ୍ପର ଅନୁମୋଦନ କରିଛନ୍ତି । ୧୦ ଟି ପ୍ରମୁଖ ଶିଳ୍ପ ସ୍ଥାପନ ସହିତ ଏଥିରେ ୫୧ ହଜାର ୯୩୯ ନିଯୁକ୍ତି ସୃଷ୍ଟି ହୋଇ ପାରିବ । ଭଦ୍ରକ, କଟକ, ଗଞ୍ଜାମ, କେଉଁଝର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ରାୟଗଡା ଭଳି ୭ ଟି ଜିଲ୍ଲାରେ ଷ୍ଟିଲ, ଆଲମୁନିୟମ, ପାୱାର ଜେନେରେସନ, ଗ୍ରୀନ ହାଇଡ୍ରୋଜେନ, ଇଂଜିନିୟରିଂ ଗୁଡ୍ସ, ଗ୍ରୀନ ଏନର୍ଜୀ ଇକ୍ୟୁପମେଣ୍ଟ  ଭଳି ପ୍ରକଳ୍ପ ସ୍ଥାପନ ହେବାର ଲକ୍ଷ୍ୟ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button