ମନୋରଞ୍ଜନ

ମାଆ ହେବା ଖୁସିରେ ବୋଲ୍‌ଡ ଅବତାର୍‌ରେ ମଡେଲ୍‌, ବେବି ବମ୍ପ୍‌ ଦେଖାଇ ବ୍ୟକ୍ତ କଲେ ଭାବନା – Utkal Mail


ମୁମ୍ବାଇ: ମାତୃତ୍ବ ଦୁନିଆର ସବୁଠାରୁ ଆନନ୍ଦମୟ ଅନୁଭବ। ଜଣେ ନାରୀ ପାଇଁ ମାଆ ବନିବା ସବୁଠାରୁ ବଡ଼ ଗୌରବର କଥା। ସନ୍ତାନଟିଏ ପେଟରେ ରହିବା ଦିନରୁ ନେଇ ମାଆ ମନରେ ଖୁସି ଖେଳିଯାଏ। ମାଆ ବନିବାକୁ ଯାଉଛନ୍ତି କୋଟିପତି ମଡେଲ୍‌ କର୍ଟନି କାର୍ଦାସିଆଁ । ସେ ୪୪ ବର୍ଷ ବୟସରେ ମାଆ ବନିବାକୁ ଯାଉଥିବା ବେଳେ ନିଜ ‘ବେବି ବମ୍ପ୍‌’ ଦେଖାଇ ଫଟୋସୁଟ୍‌ କରିଛନ୍ତି। କାର୍ଦାସିଆଁ ବିକିନି ପରିଧାନ କରି ନିଜର ‘ବେବି ବମ୍ପ’ ଦେଖାଇ ଏବେ ବେଶ୍‌ ଚର୍ଚ୍ଚିତ ପାଲଟିଛନ୍ତି।

ସେ ତାଙ୍କ ସ୍ବାମୀଙ୍କ ଲାଇଭ୍‌ କନ୍‌ସର୍ଟ ଚାଲିଥିବା ବେଳେ ଏହି ଖୁସି ଖବରକୁ ସେୟାର୍‌ କରିଛନ୍ତି। ସେ ଏକ କମଳା ରଂଗର ବିକିନି ପରିଧାନ କରି ସୁଇମିଂ ପୁଲ୍‌ରେ ମଜା ନେଉଥିବାର କିଛି ଫଟୋରେ ଦେଖିବାକୁ ମିଳିଛି।

ସେ ତାଙ୍କର ଏହି ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ମୋ ସନ୍ତାନ, ତୁମକୁ ମୋ ଭିତରେ ପାଳିବା, ଆଦର କରିବା ମୋ ପାଇଁ ସବୁଠାରୁ ବଡ଼ ସମ୍ମାନ, ଆଶୀର୍ବାଦ ଏବଂ ଖୁସିର କଥା।’ ତାଙ୍କର ଏହି ଫଟୋରେ ତାଙ୍କ ସ୍ବାମୀ ବି ନିଜର ଭଲପାଇବା ଦେଖାଇଛନ୍ତି। ଫଟୋରେ ‘ଖୁବ୍‌ ସୁନ୍ଦର’ ବୋଲି ଲେଖି ସେ କର୍ଟନି କାର୍ଦାସିଆଁଙ୍କୁ ପ୍ରଶଂସା କରିଛନ୍ତି।

ନିକଟରେ କର୍ଟନି କାର୍ଦାସିଆଁ କହିଥିଲେ ଯେ ସେ ଅନେକ ଦିନ ହେବ ପିଲା ପାଇଁ ଚେଷ୍ଟା କରୁଛନ୍ତି। ମାତ୍ର କିଛି ଜଟିଳତା ହେତୁ ସେ ଗର୍ଭଧାରଣ କରିପାରୁନଥିଲେ। ଏତେ ଦିନ ପରେ ଯେତେବେଳେ ତାଙ୍କୁ ଏତେ ବଡ଼ ଖୁସି ମିଳିଛି ତ ସେ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି। ତାଙ୍କୁ ଏବେ ୪୪ ବର୍ଷ ବୟସ ହୋଇଥିବା ବେଳେ ଏହା ତାଙ୍କର ଦ୍ବିତୀୟ ବିବାହ। ସେ ତାଙ୍କ ସ୍ବାମୀଙ୍କୁ ୩ ବର୍ଷ ଡେଟ୍‌ କରିବା ପରେ ୨୦୨୨ ମସିହାରେ ବିବାହ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button