ଦେଶ ବିଦେଶ

ମୋଦିଙ୍କ ସୌଭାଗ୍ୟ ଯୋଜନା ର ଲାଭ ଉଠାନ୍ତୁ, ସବୁ ପରିବାରକୁ ମିଳିବ ଫ୍ରି ରେ ବିଜୁଳି, ଏମିତି କରନ୍ତୁ ଆବେଦନ

ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନକାଳରେ ବିଭିନ୍ନ ଲୋକହିତକର ଯୋଜନାମାନ ଆଣିଛନ୍ତି। ମୋଦିଙ୍କ ସାଢ଼େ ୪ ବର୍ଷ ଶାସନକାଳ ଭିତରେ ଦେଶର ଏକ ନୂଆ ଚିତ୍ର ସୃ୍ଷ୍ଟି କରିବା ପାଇଁ ମୋଦି ସବୁବେଳେ ଚେଷ୍ଟାରତ।  ସେହି ଯୋଜନା ମଧ୍ୟରୁ ଗୋଟିଏ ହେଲା ସୌଭାଗ୍ୟ ଯୋଜନା। ଦେଶର ସମସ୍ତ ଗାଁ ୨୪ ଘଂଟିଆ ବିଜୁଳି ମୋଦି ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା।

ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା ‘ସୌଭାଗ୍ୟ’ ଦ୍ୱାରା ଦେଶର ସବୁ ପରିବାରକୁ କିପରି ବିଜୁଳି ସଂଯୋଗ ହୋଇପାରିବ ତାହା ଥିଲା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା। ୨୦୧୭ ସେପ୍ଟେମ୍ବର ୨୫ରେ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା। ଦେଶର ସାର୍ବଜନୀନ ବିଦ୍ୟୁତିକରଣ ପାଇଁ ପ୍ରଧାନମନ୍ତ୍ରୀ ସହଜ ବିଜଲୀ ହରଘର ଯୋଜନା-ସୌଭାଗ୍ୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଘରକୁ ବିଦ୍ୟୁତ ଶକ୍ତି ଯୋଗାଇବା ତଥା ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ତାହା ଦେଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ସର୍ଭିସ କେବୁଲ ଜରିଆରେ ଘରର ନିକଟତମ ବିଜୁଳି ଖୁଣ୍ଟରୁ ଘର ପରିସରକୁ ବିଦ୍ୟୁତ ଯୋଗାଣ, ଏନର୍ଜୀମିଟର ସ୍ଥାପନା, ଏଲଇଡି ବଲବ ସହ ଗୋଟିଏ ବଲବ ପର୍ଯ୍ୟନ୍ତ ତାର ଯୋଗାଣ ଓ ଗୋଟିଏ ମୋବାଇଲ ଚାର୍ଜ ପଏଣ୍ଟ ଏହି ଯୋଜନାର ଅନ୍ତର୍ଭୁକ୍ତ। ତେବେ କିଛି ଜରୁରୀ କଥା ହେଉଛି:-

୧- ଆବେଦନକାରୀ ନିଶ୍ଚିତ ଭାବରେ ଭାରତର ନାଗରିକ ହେବା ଆବଶ୍ୟକ।
୨- ଆବେଦନକାରୀଙ୍କର ପୂର୍ବରୁ କୌଣସି ବିଦ୍ୟୁତ୍ ସଂଯୋଗ ରହିବା ଉଚିତ୍ ନୁହେଁ।
୩- ଆବେଦନକାରୀ ପରିବାର ଗରିବ ହେବା ଜରୁରୀ।
୪- ଆବେଦନ କରୁଥିବା ବ୍ୟକ୍ତିଙ୍କ ଘରେ କୌଣସି ସରକାରୀ କର୍ମଚାରୀ ନଥିବା ଦରକାର।

ଏଥିପାଇଁ କେଉଁ ଡକ୍ୟୁମେଣ୍ଟ ଜରୁରୀ:-

୧- ଆଧାର କାର୍ଡ
୨- ବିପିଏଲ ରାସନ କାର୍ଡ
୩- ବ୍ୟାଙ୍କ ପାସବୁକ୍ ପରିଚୟ ପତ୍ର
୪- ପାସପୋର୍ଟ ଆକାର ଫଟୋ ବାସିନ୍ଦା ପ୍ରମାଣପତ୍ର
୫- ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍।

Related Articles

Leave a Reply

Your email address will not be published. Required fields are marked *

Back to top button