ବ୍ୟବସାୟ

ଏହି ସାଧାରଣ ଘରେ ରହୁଛନ୍ତି ବିଶ୍ବର ନଂ୧ ଧନୀ ଏଲନ ମସ୍କ୍ – Utkal Mail


ନୂଆଦିଲ୍ଲୀ: ଟେସଲା, ଟ୍ୱିଟର (ବର୍ତ୍ତମାନ ଏକ୍ସ) ଏବଂ ସ୍ପେସ୍ ଏକ୍ସର ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ରହୁଥିବା ଘରର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ କୋଟିପତି ଏଲନ୍ ମସ୍କ ଏକ ବିଳାସପୂର୍ଣ୍ଣ ମହଲରେ ରହୁନାହାନ୍ତି, ବରଂ ସେ ୫୦ ହଜାର ଡଲାର ମୂଲ୍ୟର ଏକ ଦୁଇ ବେଡ୍ରୁମ୍ ବିଶିଷ୍ଟ ଘରେ ରୁହନ୍ତି। ଏଲନ୍ ମସ୍କଙ୍କ ଜୀବନୀକାର ୱାଲ୍ଟର ଆଇଜାକସନ୍ ଏକ୍ସ (ପୂର୍ବର ଟ୍ୱିଟର)ରେ ଏହି ଫଟୋ ସେୟାର କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ମସିହାରେ ଏଲନ୍ ମସ୍କ ତାଙ୍କର ୫ଟି ଆବାସିକ ସମ୍ପତ୍ତି ବିକ୍ରି କରି ଏହି ଘରେ ରହିବା ଆରମ୍ଭ କରିଥିଲେ। ଏଲନ୍ ମସ୍କଙ୍କ ଘର ଟେକ୍ସାସର ବୋକା ଚିକାରେ ଅବସ୍ଥିତ। ଏହି ଘରକୁ ସେ ସ୍ପେସ୍ ଏକ୍ସରୁ ଭଡ଼ାରେ ନେଇଛନ୍ତି। କିଛି ଦିନ ତଳେ ସେ ନିଜେ ଟୁଇଟ୍ କରି ଏ ନେଇ ସୂଚନା ଦେଇଥିଲେ। ଏଲନ୍ ମସ୍କ ଲେଖିଛନ୍ତି, “ମୋର ଏକମାତ୍ର ଘରର ମୂଲ୍ୟ ପ୍ରକୃତରେ ୫୦,୦୦୦ ଡଲାର ଏବଂ ଏହା ବୋକା ଚିକାରେ ଅଛି, ଯାହାକୁ ମୁଁ ସ୍ପେସ୍ ଏକ୍ସରୁ ଭଡ଼ାରେ ନେଇଛି ।
ଏବେ ୱାଲଟର ଆଇଜାକସନ କହିଛନ୍ତି ଯେ ୨୦୨୦ ମସିହାରେ ଏଲନ୍ ମସ୍କ ତାଙ୍କର ପାଞ୍ଚଟି ଘର ବିକ୍ରି କରିଦେଇଥିଲେ ଏବଂ ଟେକ୍ସାସର ବୋକା ଚିକାରେ ଥିବା ଏହି ଦୁଇ ବେଡ୍ରୁମ୍ ବିଶିଷ୍ଟ ଘରକୁ ତାଙ୍କର ପ୍ରାଥମିକ ଘର କରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button