ମନୋରଞ୍ଜନ

ଏ ହେଉଛନ୍ତି ସାଉଥ୍ ଇଣ୍ତଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଓ ସୁନ୍ଦର ଯୋଡି, ନମ୍ବର ୩ ରିୟଲ୍ ଲାଇଫ୍ ରେ ବିବାହ କରିଛନ୍ତି

ବଲୀଉଡ ହେଉ ବା ସାଉଥ ଫିଲ୍ମ ଇନଡସ୍ଟ୍ରି ରେ ହେଉ ଫିଲ୍ମ ରେ ଅଭିନୟ କରୁଥିବା କଳାକାର ମାନଙ୍କର ଏକ ଯୋଡି ବନିଥାଏ। ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି, ଏମିତି କି ଲୋକମାନେ ଚାହାନ୍ତି ସେମାନେ ସତରେ ବିବାହ କରିନିଅନ୍ତୁ। କିଛି ଟା ଯୋଡି ସେହିଭଳି ମଧ୍ୟ ହୋଇଥାଏ ଯାହା ରୀଲ ଲାଇଫ ରୁ ରିୟଲ ଲାଇଫ ସାଥି ମଧ୍ୟ ହୋଇଯାନ୍ତି। ତେବେ ଆଜି ଆମେ ସେହିଭଳି କିଛି ଯୋଡି ମାନଙ୍କ ବିଷୟରେ କଥା ହେବା। ଯେଉଁମାନେ ସାଥି ହୋଇ ବହୁତ ଫିଲ୍ମ କରିଛନ୍ତି ଓ ରେକର୍ଡ ବନେଇଛନ୍ତି ।

୧) ପ୍ରଭାସ ଓ ଅନୁଷ୍କା ସେଟ୍ଟି :

ପ୍ରଭାସ ଓ ଅନୁଷ୍କା ସେଟ୍ଟିଙ୍କ କଥା ତ ଆପଣ ଜାଣିଥିବେ ।  ସେମାନେ ଏକା ସାଙ୍ଗେ ବାହୁବଳୀ ପରି ଏକ ବଡ ଫିଲ୍ମରେ କାମ କରିଛନ୍ତି । ଯଦି ବାହୁବଳୀ ଫିଲ୍ମ କଥା କହିବା ତେବେ ତାଙ୍କର ଅଭିନୟ ବହୁତ ଶାନଦାର୍ ଥିଲା । ଏଥିପାଇଁ ତାଙ୍କର ବହୁତ ଫିଲ୍ମ ସୁପରହିଟ୍ ହୋଇଛି । ସେମାନେ ଫିଲ୍ମ ଗୁଡିକରେ ଯେତିକି ପରିଶ୍ରମ କରିଛନ୍ତି । ବୋଧେ ଆଉ କେହି ଅଭିନେତା ଅଭିନେତ୍ରୀ କରିନଥିବ ।

ତାଙ୍କର ଏହି ନିଖୁଣ ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ଏକା ସାଙ୍ଗେ ଏକ ଯୋଡି ଭାବେ ଦେଖିବାକୁ ଚାହୁଁଛନ୍ତି ଓ ଆଶା କରୁଛନ୍ତି କି ସେମାନେ ଦୁହେଁ ବିବାହର ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ । କହିଦେବୁ କି ଏମାନେ ଦୁହେଁ ବାହୁବଳୀ ଫିଲ୍ମରେ ସ୍ୱାମୀ ଓ ସ୍ତ୍ରୀର ଭୁମିକା କରିଥିଲେ । ସେମିତି ଏମାନଙ୍କ ସଂମ୍ପର୍କ ବିଷୟରେ ଏତେ କିଛି ଜଣା ପଡିନାହିଁ । ଏବେ ଆଗକୁ କଣ ହେବ ତାହା ଦେଖିବାର ଅଛି ।

୨) ରାମ ଚରଣ ଓ କାଜଲ ଅଗ୍ରୱାଲ୍ :

କାଜଲ୍ ଅଗ୍ରୱାଲ୍ ନା କେବଳ ସାଉଥ୍ ଇଣ୍ତଷ୍ଟିରେ ପରିଚୟ ସୃଷ୍ଟି କରିଛନ୍ତି । ବରଂ ବଲିଉଡ୍ ଫିଲ୍ମରେ ବି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ରାମଚରଣ ଓ କାଜଲ ଯୋଡି ବହୁତ ସୁନ୍ଦର ଲାଗିଥାନ୍ତି ଓ ଦର୍ଶକ ବି ତାଙ୍କର ଏହି ଯୋଡିକୁ ପସନ୍ଦ କରିଥାନ୍ତି ।  କାଜଲ ଅଜୟ ଦେବଗନଙ୍କ ଫିଲ୍ମ ସିଂଘମରେ କାମ କରିଛନ୍ତି । ସେମିତି ରାମଚରଣ ଓ କାଜଲ କଥା କହିଲେ ସେମାନେ ଏକା ସହ ବହୁତ ଫିଲ୍ମରେ କାମ କରିଛନ୍ତି । ଖାଲି ଏତିକି ନୁହେଁ ଦର୍ଶକ ମାନେ ତାଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

୩) ସମନ୍ଥା ରଥ ପ୍ରଭୁ ଓ ନାଗା ଚୈତନ୍ୟ :

ସମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟ ସାଉଥ୍ ଇଣ୍ତଷ୍ଟ୍ରିର ବହୁତ ପ୍ରସିଦ୍ଧ କଳାକାର ଅଟନ୍ତି । ଏହି ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଦୁହେଁ ଯୋଡି ଏତେ ପ୍ରସିଦ୍ଧି ପାଇସାରିଛନ୍ତି କି ଡାଈରେକ୍ଟର୍ ବି ଏହି ଦୁହିଁଙ୍କୁ ଏକାଠି କାମ କରିବାକୁ ସୁଯୋଗ ଅପେକ୍ଷାରେ ରୁହନ୍ତି । ଏତିକି ନୁହେଁ ଦୁହେଁ ଫିଲ୍ମ ସହ ସୁଟିଙ୍ଗ୍ ସମୟରେ ପାଖାପାଖି ହୋଇଥିଲେ । ତାଙ୍କର ଏବେ ବିବାହ ହୋଇସାରିଛି । ଏହା ପରେ ଦୁହେଁ ବିବାହ କରିନେଇଛନ୍ତି  ଓ ଆସିବା ଦିନରୁ ତାଙ୍କର ସୁନ୍ଦର ଫଟୋ ଗୁଡିକ ଦେଖିବାକୁ ମିଳୁଛି ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button