ଦେଶ ବିଦେଶ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ଭୂସ୍ଖଳନରେ ୨ ଜଣଙ୍କ ମୃତ୍ୟୁ – Utkal Mail


ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଆଜି ପ୍ରବଳ ବର୍ଷା ହୋଇଛି। ଉତ୍ତରାଖଣ୍ଡର ଗୌରୀକୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳେ ଭୂସ୍ଖଳନ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ ଦିନରେ ଗୌରୀକୁଣ୍ଡରେ ଏହା ଦ୍ବିତୀୟ ଭୂସ୍ଖଳନ। ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି। ଉଲ୍ଲେଖଯୋଗ୍ୟ, ଗତ ୪ ତାରିଖରେ ଗୌରୀକୁଣ୍ଡରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ନିଖୋଜ ହୋଇଯାଇଥିଲେ। ଏହି ଦୁର୍ଘଟଣା ସ୍ଥଳଠାରୁ ମାତ୍ର ଅଧ କିମି ଭିତରେ ଆଜିର ଭୂସ୍ଖଳନ ହୋଇଛି।

ଆସନ୍ତା ସପ୍ତାହାନ୍ତ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆଲର୍ଟ ଜାରି କରିଛି। ଡେରାଡୁନ, ଉତ୍ତରକାଶୀ, ନୈନିତାଲ, ହରିଦ୍ବାର, ପୌଡ଼ି ଗଡ଼ୱାଲ, ରୁଦ୍ରପ୍ରୟାଗ ଏବଂ ତେହରି ପାଇଁ ଆଇଏମ୍‌ଡି ଅରେଞ୍ଜ ଆଲର୍ଟ ଜାରି କରିଛି। ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୩୧ ଜଣଙ୍କର ମୃତ୍ୟୁ ହେଲାଣି। ଉତ୍ତରାଖଣ୍ଡରେ ଚଳିତ ମୌସୁମୀ ଋତୁରେ ବର୍ଷା ବିପର୍ଯ୍ୟୟ ପାଇଁ ଉତ୍ତରାଖଣ୍ଡରେ ୧୦୦୦ରୁ ଅଧିକ ଘର ଆଂଶିକ ଭାଙ୍ଗିଥିବା ବେଳେ ଶତାଧିକ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button