ଓଡିଶା

କୋମନାରେ ଦୁଇ ଦନ୍ତା ବୁଲୁଛନ୍ତି

ନୂଆପଡା: ନୂଆପଡା ଜିଲ୍ଲା  କୋମନା ଅଚଂଳ ଦନ୍ତା ଆତଙ୍କରେ ଆତଙ୍କିତ। ଦୁଇଟି ଦନ୍ତା ଅଞ୍ଚଳରେ ଘୁରି  ବୁଲୁଛନ୍ତି। ତେବେ ଏକ ହାତୀ ପଲ ଅଞ୍ଚଳକୁ ଚାଲି ଆସିଥିବା ବେଳେ ଦୁଇଟି ଦନ୍ତା ଗ୍ରାମ ମଧ୍ୟକୁ ପସି ଆସିଛନ୍ତି। ହାତୀଙ୍କ ପ୍ରବେଶ ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତାଟି କବାଟ ପକାଇ ଲୋକେ କୋଠା ଘରର ଛାତ ଉପରେ ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖି ଭୟଭୀତ ଅଛନ୍ତି।

ସୂଚନା ଅନୁଯାୟୀ, ଏକ ହାତୀ ଦଳ ଧାନ ଖାଇବାକୁ ଜନବସତି ଆଡକୁ ଚାଲିଆସିଥିଲେ। ସବୁ ହାତୀ ଚାଲିଯାଇଥିବା ବେଳେ ଦୁଇଟି ଦନ୍ତା କୋମନା ଅଞ୍ଚଳରେ ରହିଯାଇଛନ୍ତି। ଗାଁ ରାସ୍ତାରେ ଦୁଇ ଦନ୍ତା ଚଳପ୍ରଚଳ କରୁଥିବାରୁ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି।  ଦୁଇ ବଣୁଆ ଦନ୍ତା ହାତୀ କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ର ତଳିଆ ଅଚଂଳ ବିଶିବାହାଲ, ବାଟିବାହାଲ, ବରକୋଟ, ଅଗ୍ରେନ, ଡୁର୍ଲାମୁଣ୍ଡା, ସମେତ ବିଭିନ୍ନ ଅଚଂଳର ଗାଁ ମଝିରେ ବୁଲୁଥିବା ଦେଖିବାକୁ ମିଳିଛି । ବରକୋଟ ଗାଁ ଦେଇ ସୁନାବେଡା ଅଭାୟାରଣ୍ୟ ଚେରେଚୁଆଁ ଗାଁ ପହଚିଂ ଆତଙ୍କ ଖେଲାଇ  ବହୁ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି ।

ବନ ବିଭାଗ ପକ୍ଷରୁ କୋମନା ରେଞ୍ଜ ଅଧିକାରୀ ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଲୋକମାନଙ୍କୁ ସଚେତନ କରାଯାଉଛି । ଏହା ସହ ହାତୀକୁ ଘୋଉଡାଇବା ପାଇଁ ଆଇଟିସିଆଇଏ ସ୍କ୍ଵାର୍ଡ ସହ ହାତୀ ସୁରକ୍ଷା କର୍ମୀ ଏବଂ ବନ କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button