ଓଡିଶା

ଚିକିତ୍ସାଧୀନ ଅବସ୍ଥାରେ BSF ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ଅନ୍ତିମ ସଂସ୍କାର ପାଇଁ ପୁଅକୁ ମଶାଣୀକୁ ଛାଡ଼ିବାକୁ ନାରାଜ୍ ଗର ଲୋକେ । ମୃତଦେହଟାକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ସମସ୍ତେ । ଘର ଲୋକଙ୍କ ବୁକୁଫଟା କାନ୍ଦରେ କମ୍ପିଯାଉଛି ଘର । ସେପଟେ ସାଥୀ ଯବାନ ଓ ଅଞ୍ଚଳବାସୀଙ୍କ ରାମ ନାମ ସତ୍ୟ ହେ ନାରାରେ କମ୍ପୁଛି ସାରା ଅଞ୍ଚଳ । ସମସ୍ତଙ୍କ ଆଖିରେ ଲୁହ । ଗାଁ ସାରା ଶୋକାକୁଳ ପରିବେଶ । ନୀରବୀ ଯାଇଛନ୍ତି ପିଲା ଠୁ ବୁଢ଼ା । ଜନସମୁଦ୍ର ପାଲଟିଛି ସହିଦଙ୍କ ଶେଷଯାତ୍ରା । ଛଳ ଛଳ ଆଖିରେ ସହିଦ ପୁଅକୁ ବିଦାୟ ଦେଉଛନ୍ତି ଗାଁ ଲୋକେ । ସାଥୀ ଯବାନମାନେ ସହିଦ ଭାଇକୁ ଅନ୍ତିମ ସଂସ୍କାର ପାଇଁ ନେଇ ଯାଉଛନ୍ତି । ଦୁଃଖରେ ଭାଙ୍ଗି ପଡ଼ିଛି ପୁରା ପରିବାର । କାହିଁକି ନା ଗାଁ ଆଜି ବୀର ପୁଅକୁ ହରାଇଛି ।

ଚିକିତ୍ସାଧୀନ ଅବସ୍ଥାରେ ଜଣେ BSF ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେମାଳ ଗାଁର ରାଜକିଶୋର ମହାଳିକ। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା । ସେ କିଛିଦିନ ହେବ TB ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ରାଜକିଶୋରଙ୍କ ମରଶରୀର ଜନ୍ମମାଟିରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । BSF ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଦେଶପ୍ରେମ ଆଉ କର୍ତ୍ତବ୍ୟନିଷ୍ଠା ପାଇଁ ଘର ପରିବାର ଲୋକଙ୍କୁ ଛାଡ଼ି ସୀମାରେ ଜଗିଥିଲେ । ହଠାତ ଏ ରୋଗ ଯେ ତାଙ୍କ ଜୀବନ ନେଇଯିବ କେହି କେବେ କଳ୍ପନା ବି କରିନଥିଲେ ।

ଗରିବ ପରିବାରରେ ଜନ୍ମିତ ରାଜକିଶୋର ସେନାରେ ଯୋଗ ଦେବା ପରେ ଘରର ଆର୍ଥିକ ସ୍ଥିତିକୁ ଅନେକ ମାତ୍ରାରେ ସୁଧାରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏବେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଛି ପୁରା ପରିବାର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button