କିଣିବାର ୧୦ଘଣ୍ଟା ପରେ ଅଚଳ ହେଲା ନେକ୍ସନ ଇଭି, ଦୁଃଖ ବଖାଣିଲେ କିଣିଥିବା ବ୍ୟକ୍ତି – Utkal Mail
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ କାର୍ ନିର୍ମାତା ଭାବରେ ଲୋକପ୍ରିୟ ହୋଇସାରିଛି ଟାଟା ମୋଟର୍ସ। ଘରୋଇ ବଜାରରେ ଟାଟା ମୋଟର୍ସର ଚାହିଦା ଅଧିକ ରହିଥିବା ବେଳେ ଲୋକେ ଏହାକୁ କିଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ ଏବେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଟାଟା ଇଲେକ୍ଟ୍ରିକ୍ କାରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଅହମଦାବାଦର ଜଣେ ବ୍ୟକ୍ତି ‘ଏକ୍ସ’ (ଟ୍ୱିଟର)ରେ ଟାଟା ନେକ୍ସନ କିଣି ସାରିବା ପରର ଅଭିଜ୍ଞତା ସେୟାର କରିଛନ୍ତି। ସେ ଦାବି କରିଛନ୍ତି ଯେ ନେକ୍ସନ ଇଭି କିଣିବାର ୧୦-୧୨ଘଣ୍ଟା ପରେ କାରଟି ଅଟକି ଯାଇଥିଲା।
@TataMotors @TataCompanies @RNTata2000 we have took delivery of tata EV Nexon from Ahmedabad tata dealer Progressive cars on DTD.14 July 2023 with muhurat at around 1.30 pm I name of Jitendra H Chopra….after Almost Ten hours and appx 15-20 kms drive in night around 11 pm the… pic.twitter.com/LuZBT7Zl5F
— JITENDRA H.CHOPRA(JAIN) 🇮🇳 (@jhchopra) August 5, 2023
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ସୂଚନା ଅନୁଯାୟୀ, ଅହମଦାବାଦର ବାସିନ୍ଦା ଜିତେନ୍ଦ୍ର ଏଚ୍ ଚୋପ୍ରା ଜୁଲାଇ ୧୪, ୨୦୨୩ରେ ନୂଆ ଟାଟା ନେକ୍ସନ୍ ଇଭି କିଣିଥିଲେ। ଦିନ ୧.୩୦ରେ ଗାଡ଼ି ସୋ’ରୁମରୁ ବାହାରିବା ପରେ ଜିତେନ୍ଦ୍ର ଏହାକୁ ୧୫-୨୦କିଲୋମିଟର ପର୍ଯ୍ୟନ୍ତ ଚଳାଇଥିଲେ। ହେଲେ ୨୦କିଲୋମିଟର ଚାଲିବା ପରେ ପ୍ରାୟ ୧୦ଘଣ୍ଟା ମଧ୍ୟରେ କାରଟି ଷ୍ଟାର୍ଟ ହୋଇନଥିଲା। ଏହା ପରେ କାରକୁ ଟାଣି ଟାଣି ଡିଲରଙ୍କ ପାଖକୁ ନେଇଥିଲେ ଜିତେନ୍ଦ୍ର। କାର୍ ଡିଲର କାରର କିଛି ପାର୍ଟ ବଦଳାଇ ଏହାକୁ ନେବା ପାଇଁ କହିଥିଲେ ବି ଜିତେନ୍ଦ୍ର କାର୍ ଆଣିବାକୁ ରାଜି ହୋଇନଥିଲେ। ନୂଆ କାର୍ ଦିଅ ନଚେତ୍ ମୋ ଟଙ୍କା ଫେରାଅ ବୋଲି ଜିତେନ୍ଦ୍ର ଦାବି କରିଥିବା ଏକ୍ସରେ ଲେଖିଛନ୍ତି। ୨୦-୨୨ଦିନ ହେଲାଣି ତାଙ୍କର ସମସ୍ୟାର ସମାଧାନ ନହେବାରୁ ଏକ୍ସ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି ଜିତେନ୍ଦ୍ର। ତେବେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ତାହା ଜଣାପଡ଼ିନାହିଁ।