ଦେଶ ବିଦେଶ

ଅକ୍ଟୋବର ୨୭ ପର୍ଯ୍ୟନ୍ତ ବଢିଲା ଆପ୍ ନେତା ସଞ୍ଜୟ ସିଂଙ୍କ ବିଚାର ବିଭାଗୀୟ ହାଜତ ମିଆଦ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ନେତା ସଞ୍ଜୟ ସିଂହଙ୍କୁ ଦିଲ୍ଲୀର ଏକ ଅଦାଲତ ଅକ୍ଟୋବର ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଶୁକ୍ରବାରଦିନ ସଞ୍ଜୟ ସିଂହଙ୍କୁ କୋର୍ଟରେ ହାଜର କରିଥିଲା। ତାଙ୍କୁ ସ୍ବତନ୍ତ୍ର ବିଚାରପତି ଏମକେ ନାଗପାଲଙ୍କ କୋର୍ଟରେ ହାଜର କରାଯାଇଥିଲା ।

ଇଡି ତାଙ୍କୁ ରିମାଣ୍ଡରେ ନ ନେବାରୁ ଅଦାଲତ ତାଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟରେ ସଞ୍ଜୟ ସିଂଙ୍କ ଓକିଲ ଅନୁରୋଧ କରିଥିଲେ ଯେ ତାଙ୍କ ମହକିଲଙ୍କୁ ଜେଲରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯାଉ। ଏହା ଉପରେ କୋର୍ଟ ଜେଲରେ ସଞ୍ଜୟ ସିଂହଙ୍କୁ ଔଷଧ ଓ ଚିକିତ୍ସା ଉପକରଣ (ସୁଗାର ପ୍ୟାଚ୍) ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ଶୁଣାଣି ବେଳେ ସଞ୍ଜୟ ସିଂ କୋର୍ଟଙ୍କୁ କହିଥିଲେ ଯେ ଇଡି ଏକ ଏଣ୍ଟରଟେନମେଣ୍ଟ ଡିପାର୍ଟମେଣ୍ଟରେ ପରିଣତ ହୋଇଛି । ଇଡି ରିମାଣ୍ଡରେ ନେଲେ ବି ବିଶେଷ କୌଣସି ଜେରା କରୁନାହିଁ । ତେବେ ତାଙ୍କର ଏପରି ବୟାନକୁ ନେଇ କୋର୍ଟ ବିରକ୍ତ ହେବା ସହ କହିଥିଲେ ଯେ ଯଦି ଏପରି ବୟାନ ଦେବ ତ କୋର୍ଟକୁ ନ ଆସି ଭିଡିଓ କନଫରେନ୍ସିଂରେ ହାଜର ହୁଅ । ଏହାର ଉତ୍ତରରେ ସଞ୍ଜୟ କହିଥିଲେ ଯେ ସେ କୋର୍ଟରେ ହାଜର ହେବେ । ଗତ ଅକ୍ଟୋବର ୪ରେ ଇଡି ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ।




Related Articles

Leave a Reply

Your email address will not be published. Required fields are marked *

Back to top button