ଧର୍ମ

ନବରାତ୍ରୀ ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଚାରୋଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ , ପୁରା ବର୍ଷ ପ୍ରାପ୍ତ ହେବ ଧନ :-

ନବରାତ୍ରୀର ଆରମ୍ଭ ସହିତ ମାତା ଦୁର୍ଗା ଘରକୁ ପ୍ରବେଶ କରିଥାନ୍ତି । ଏହି ସମୟରେ ଅନେକ ପୂଜାପର୍ବ ଏବଂ ବାର ବ୍ରତର ବିଧାନ ରହିଛି । ଯାହାଦ୍ୱାରା ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି । କିଛି ଏପରି ଜିନିଷ ରହିଛି ଯାହା ମାତା ଦୁର୍ଗାଙ୍କୁ ବେଶ ପ୍ରସନ୍ନ କରିଥାଏ । ସାଧରଣତଃ ନଅ ଦିନ ପର୍ଯ୍ୟନ୍ତ ମାତା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତାହା ମଧ୍ୟରୁ ପ୍ରଥମ ଦିନ କଳସ ସ୍ଥାପନା ସମୟରେ କିଛି ବିଶେଷ ଜିନିଷର ଉପଯୋଗ ହୋଇଥାଏ ଯାହା ମାତା ଦୁର୍ଗାଙ୍କର ଅଧିକ ପସନ୍ଦ ଥାଏ ।

ମାତାଙ୍କ ପୂଜାରେ ଅନେକ ଜିନିଷର ବ୍ୟବହାର ହୋଇଥାଏ । ଯଥା କଳସ , ଅଳେଇଚ , ଧୂପ , ଦୀପ , ଝୁଣା , କର୍ପୂର , ଫୁଲ , ସିନ୍ଦୁର , ଚନ୍ଦନ ଇତ୍ୟାଦି । ତେବେ କଳସ ସ୍ଥାପନା କରିବାର କିଛି ନିର୍ଦିଷ୍ଟ ବିଧି ରହିଥାଏ । ଯେଉଁଥିରେ ଭିନ୍ନ ଭିନ୍ନ ଜିନିଷ ବ୍ୟବହୃତ ହୋଇଥାଏ । ଏହିଦିନ କିଛି ବିଶେଷ ଜିନିଷ ଘରକୁ ଆଣିବା ଉଚିତ ।

ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ମିଳିତ ଶକ୍ତିରେ ମାତା ଦୁର୍ଗାଙ୍କ ଜନ୍ମ ହୋଇଥିଲା । ମାତା ଦୁର୍ଗାଙ୍କୁ ଏହି ନଅ ଦିନ ନିଷ୍ଠାର ସହିତ ପୂଜା କଲେ ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି । ଯାହାଦ୍ୱାରା କୌଣସି ପ୍ରକାରର ରୋଗ ହୋଇ ନଥାଏ । ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ଆର୍ଥିକ ସମସ୍ୟା କେବେ ହୋଇ ନଥାଏ । ଏହି ନଅ ଦିନରେ ମାତାଙ୍କର ନଅ ପ୍ରକାରର ରୂପକୁ ଆରାଧନା କରାଯାଏ । ଯଥା ମା ଶୈଳପୁତ୍ରୀ , ମା ବ୍ରହ୍ମଚାରିଣୀ , ମା ଚନ୍ଦ୍ରଘଣ୍ଟା , ମା କୁସମାଣ୍ଡା , ମା ସ୍କନ୍ଧମାତା , ମା କାତ୍ୟାୟନି , ମା ଗୌରୀ , ମା କାଳରାତ୍ରୀ ଏବଂ ମା ସିଦ୍ଧିଦାତ୍ରୀ ।

ଯେଉଁ ଦିନ ନବରାତ୍ରୀ ଆରମ୍ଭ ହୋଇଥାଏ ସେହି ଦିନ ଅନୁସାରେ ମାତାଙ୍କ ବାହାନ ମଧ୍ୟ ଭିନ୍ନ ହୋଇଥାଏ ଯେହେତୁ ଚଳିତ ବର୍ଷ ନବରାତ୍ରୀ ଗୁରୁବାରରେ ଆରମ୍ଭ ହେଉଛି ତେଣୁ ମାତା ଡୋଲିରେ ଆସିବେ । ସେହିପରି ଭିନ୍ନ ଭିନ୍ନ ବାରରେ ମାତାଙ୍କ ବାହାନ ଅଲଗା ଥାଏ । ଏହାର ଅର୍ଥ ଆପଣଙ୍କ ଜୀବନର ସବୁ ବାଧା ଟଳିଯିବ ଏବଂ ସବୁ ସମସ୍ୟାର ସମାଧାନ ହୋଇଯିବ । ଯଦି ଆପଣ ନବରାତ୍ରୀ ଦିନ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମ ଦିନ କିମ୍ବା ଶେଷ ଦିନ ରଖି ପାରିବେ ।

ତେବେ ବ୍ରତ ସମୟରେ କିଛି ବିଶେଷ ନିୟମର ପାଳନ କରିବା ଉଚିତ । ଯେମିତିକି ଫଳାହାର କରି ପାରିବେ । ସିଧା ଲୁଣର ସେବନ କରି ପାରିବେ । ଏହିଦିନ ଘରକୁ ସମ୍ପୂର୍ଣ୍ଣ ପରିଷ୍କାର ରଖିବା ଉଚିତ । ନଚେତ ମାତା ଦୁର୍ଗା କ୍ରୋଧିତ ହୋଇଥାନ୍ତି । ଏହିଦିନ କିଛି ବିଶେଷ ଉପାୟ ମଧ୍ୟ କରି ପାରିବେ ଯାହାଦ୍ୱାରା ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିବ ।

ଏହିଦିନ ଘରକୁ ତୁଳସୀ ଗଛ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ସନାତନ ଧର୍ମର ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଏବଂ ଘରେ କେବେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ । ଯଦି ଆପଣ ନବରାତ୍ରୀର ଶୁଭ ମୁହୂର୍ତ୍ତରେ କଦଳୀ ଗଛକୁ ପୂଜା କରନ୍ତି ତେବେ ମଧ୍ୟ ମାତା ଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଘର ଉପରକୁ କୌଣସି ପ୍ରକାରର ସଙ୍କଟ ଆସେ ନାହିଁ । ହରସିଙ୍ଗାର ଗଛ ଲଗାଇଲେ ମଧ୍ୟ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଶେଷ ଦିନ କନ୍ୟା ପୂଜନ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । କଷ୍ଟରୁ ମୁକ୍ତି ପାଇବା ପାଇଁ ନବରାତ୍ରୀର ପ୍ରତ୍ୟେକ ଦିନ ଦାନ ନିଶ୍ଚିତ କରନ୍ତୁ ।

ଜାଣି ରଖନ୍ତୁ ସେହି ସବୁ ଜିନିଷ ଯାହା ନବରାତ୍ରୀ ସମୟରେ ଘରକୁ ଆଣିଲେ ମାତା ଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।ଏହିଦିନ କୋମଳ ପୁଷ୍ପ ଏବଂ ଚାନ୍ଦିର ମୁଦ୍ରା ଘରକୁ ଆଣିଲେ ଧନର ଅଭାବ ହୁଏ ନାହିଁ । କାରଣ ଏହି ଦୁଇଟି ଜିନିଷ ଉଭୟ ମାତା ଦୁର୍ଗା ଏବଂ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button