ବ୍ୟବସାୟ

ଏହି କାରଣରୁ ରିଲାଏନ୍ସ କମ୍ପାନିରୁ ଚାକିରି ଛାଡ଼ି ଦେଇଛନ୍ତି କର୍ମଚାରୀ – Utkal Mail


ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩ରେ ରିଲାଏନ୍ସ କମ୍ପାନିରୁ ମୋଟ ୧,୬୭,୩୯୧ ଜଣ କର୍ମଚାରୀ ନିଜ ଇଚ୍ଛାରେ ଚାକିରି ଛାଡି ଦେଇଥିବା ଖବର ସାମ୍ନାକୁ ଆସିଛି । ଏଥିମଧ୍ୟରୁ ୪୧,୮୧୮ ଜଣ କର୍ମଚାରୀ ରିଲାଏନ୍ସ ଜିଓରେ କାମ କରୁଥିବା କମ୍ପାନିର ବାର୍ଷିକ ରିପୋର୍ଟରେ ରହିଛି । ଅବଶିଷ୍ଟ ୧,୧୯,୨୨୯ ଜଣ କର୍ମଚାରୀ ରିଲାଏନ୍ସ  ରିଟେଲରେ କାମ କରୁଥିଲେ ବୋଲି ରିଲାଏନ୍ସ  ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ରିଲାଏନ୍ସ  ଇଣ୍ଡଷ୍ଟ୍ରିଜରୁ ସମୁଦାୟ ୧.୬ ଲକ୍ଷ କର୍ମଚାରୀ ଚାକିରି ଛାଡି ଦେଇଥିଲେ । ଏମାନଙ୍କ ମଧ୍ୟରେ ୪୧ ହଜାରରୁ ଅଧିକ ଜିଓର କର୍ମଚାରୀ ଥିଲେ।

ଏସବୁ ଭିତରେ ଆଉ ଏକ ଖବର ଆସିଛି କି କମ୍ପାନୀ ନୂଆ ନିଯୁକ୍ତି ଦେବାରେ ରେକର୍ଡ କରିଛି । ଗତବର୍ଷ କମ୍ପାନି ୭୦,୪୧୮ ଜଣ କର୍ମଚାରୀଙ୍କୁ ନୂତନ ଭାବେ ନିଯୁକ୍ତି ଦେଇଥିବା ବେଳେ ୯୫୩୨୬ ଜଣ କମଚାରୀଙ୍କୁ ଟେଲିକମ୍ ସେକ୍ଟରରେ ନିଯୁକ୍ତି ମିଳିଥିଲା ।

ଅନ୍ୟପଟେ ପ୍ରତିବର୍ଷ ରିଲାଏନ୍ସ  କମ୍ପାନି ଛାଡୁଥିବା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ତୁଳନାରେ ୨୦୨୩ ମସିହାରେ କମ୍ପାନି ଛାଡୁଥିବା କର୍ମଚାରୀଙ୍କ ସଂଖ୍ୟା ୬୪.୮ ପ୍ରତିଶତ ଅଧିକ ।

ଦେଶରେ ରିଟେଲ ଓ ଟେଲିକମ୍ ସେକ୍ଟରରେ ନିଯୁକ୍ତି ବଢୁଥିବାରୁ କର୍ମଚାରୀମାନେ ଗୋଟିଏ କମ୍ପାନି ଛାଡି ଅନ୍ୟ କମ୍ପାନିକୁ ଅଧିକ ଦରମାରେ ଚାଲିଯାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button