ବିରୋଧୀ ଯାହାର ଅମଙ୍ଗଳ ଚାହିଁବେ, ତାହାର ମଙ୍ଗଳ ହେବ : ମୋଦୀ – Utkal Mail
ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଜାରି ରହିଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବକ୍ତବ୍ୟ ଦେଉଛନ୍ତି । ନିଜ ବକ୍ତବ୍ୟରେ ସେ ବିରୋଧୀ ଦଳମାନଙ୍କୁ ବାରମ୍ବାର ଟାର୍ଗେଟ୍ କରିଚାଲିଛନ୍ତି ।
ବିରୋଧୀ ଦଳଙ୍କୁ ଏକ ଗୋପନ ବରଦାନ ମିଳିଛି, ଯେ ସେମାନେ ଯାହାର ଅମଙ୍ଗଳ ଚାହିଁବେ, ତାହାର ମଙ୍ଗଳ ହେବ । ଏହା ଗତ ୨୦ ବର୍ଷ ହେଲା ଆପଣମାନେ ଦେଖିପାରିବେ । ବିରୋଧୀ ଦଳ କହୁଥିଲେ ଯେ ଭାରତର ବ୍ୟାଙ୍କ ବ୍ୟବସ୍ଥା ଡୁବିଯିବ । କିନ୍ତୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଲାଭ ଦୁଇଗୁଣ ହୋଇଯାଇଛି । ୨ୟ ଉଦାହରଣ ହେଉଛି, ଏମାନେ ପ୍ରତିରକ୍ଷା ବିଭାଗ ପାଇଁ ହେଲିକାପ୍ଟର ନିର୍ମାଣ କରୁଥିବା ହାଲ୍ ବିରୋଧରେ ବି ସମାନ କଥା କହୁଥିଲେ । ହାଲ୍ ଡୁବିଯିବ ବୋଲି ସେମାନେ କହୁଥିଲେ, କିନ୍ତୁ ହାଲ୍ ଦେଶର ଗୌରବରେ ପରିଣତ ହୋଇଛି । ୩ୟ ଉଦାହରଣ ହେଉଛି, ଏମାନେ କହୁଥିଲେ ଯେ ଏଲଆଇସି ବୁଡ଼ିଯିବ, କିନ୍ତୁ ଏଲଆଇସି ଆହୁରି ସୁଦୃଢ ହେଉଛି ।
ଏଣୁ ଏମାନେ ଆମ ଦେଶକୁ ଓ ଆମ ଗଣତନ୍ତ୍ରକୁ ଯେତେ ପ୍ରକାରର ଗାଳି ଦେଉଛନ୍ତି, ସେଥିରୁ ମୁଁ ନିଶ୍ଚିତ ଯେ ଦେଶ ଆହୁରି ସୁଦୃଢ ହେବ । ତାଙ୍କ ସରକାରର ୩ୟ ପାଳିରେ ଦେଶ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ ।



