ମୃତ୍ୟୁ ହିତାଧିକାରୀମାନଙ୍କ ନାମରେ ଗରିବ କଲ୍ୟାଣ ଯୋଜନାର ଚାଉଳ ହଡ଼ପ
ନବରଙ୍ଗପୁର,(ନି ପ୍ର )୨୪/୦୮-ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡ଼ା ଗ୍ରାମପଞ୍ଚାୟତ ଠାରେ ଭୁତ ନାମରେ ଉଠୁଛି ଚାଉଳ କ୍ଷ ପଂଚାୟତ ର ଅନେକ ରାସନକାର୍ଡ ହିତାଧିକାରୀ ବହୁତ ବର୍ଷେ ତଳେ ମୃତ୍ୟୁ ବରଣ କରିସାରିଛନ୍ତି , ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତଥା କେନ୍ଦ୍ର ଖାଦ୍ୟ ସୁରକ୍ଷା ରେ ଦିଆଯାଉଥିବା ଚାଉଳ ଓ କରୋନା ସହାୟତା ରାଶି ଏଭଳି କି ମୃତ୍ୟୁ ହୋଇଥିବା ହିତାଧିକାରୀଙ୍କ ଚାଉଳ ଉଠାଣ ଚାଲିଛି । ଦୁଃଖ ଓ ପରିତାପର ବିଷୟ ଦୀର୍ଘ ଦଶ ବର୍ଷ ରୁ ଅଧିକ ହେବ ପୂଜାରିଗୁଡା ରୁ ସରପଞ୍ଚ ନିଜେ ପ୍ରତିନିଧିତ୍ୱ କରି ଆସୁଛନ୍ତି , । ପୂଜାରିଗୁଡା ର ମୃତ୍ୟୁ ହୋଇଥିବା ବ୍ୟକ୍ତି ମାନଙ୍କ ନାମ ତାଲିକା ରୁ ବାଦ ଦିଆ ଯାଉ ନାହିଁ ଏହା କଣ ସେ ଜାଣିପାରୁନାହାନ୍ତି ଏହା ସମସ୍ତଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି ।କୋଣସି ସୂତ୍ରରୁ ଖବର ପାଇ ମୃତ୍ୟୁ ହୋଇଥିବା ହିତାଧିକାରୀ ସ୍ୱର୍ଗତ ଶ୍ରୀମତି ଭାନୁମତି ବିଶୋଇ ଙ୍କ କାର୍ଡ ନ ୨୩୦୯୧୪୧୦୫୪୯ ଙ୍କର ନାତି ଶ୍ରୀ ଚୁଡା ବିଶୋଈ, ପଞ୍ଚାୟତ କୁ ଯାଇ, ପଚାରିବାରୁ ଯୋଗାଣ ସହାୟକ ଅସଦ ବ୍ୟବହାର କରିଥିଲେ,ଏବଂ କହିଥିଲେ ଯେ ମୁଁ ଶ୍ରୀମତୀ ଭାନୁମତି ବିଶୋଇ ଙ୍କ ଚାଉଳ ପ୍ରତି ମାସରେ ପ୍ରଦାନ କରୁଛି ।ଯେଜେ ମାଆଙ୍କ ଚାଉଳ ,ଓ କରୋନା ପାଇଁ ଆସିଥିବା ,ସାହାଯ୍ୟ ଟଙ୍କା କୁ କିଭଳି ଅନ୍ୟ କେହି ଆସି ନେଉଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା କାରଣ ତାଙ୍କର ଜେଜେମାଙ୍କ ତିନି ବର୍ଷ ରୁ ଅଧିକ ହେବ ମୃତ୍ୟୁ ହୋଇ ସାରିଛନ୍ତି ।ଏହି ବିଷୟ ରେ ପୂଜାରୀଗୁଡା ର ସଚେତନ ଯୁବଗୋଷ୍ଠୀ ଙ୍କୁ ଅଭିଯୋଗ କରିଥିଲେ । ,ଅଭିଯୋଗ କୁ ଭିତ୍ତି କରି ଯୁବଗୋଷ୍ଠୀ ,ତାହାର ସତ୍ୟତା ଜାଣିବା ପାଇଁ ଯୋଗାଣ ଅଧିକାରୀ ,ଶ୍ରୀ ରୋହୀତ ମାଝୀ ଙ୍କୁ ଯୋଗାଯୋଗ କରିଥିଲେ । ଓ ଉକ୍ତ କାର୍ଡକୁ ଯାଞ୍ଚ କରି ତାହା ଚାଲୁ ରହିଛି ,ବୋଲି ମତ ଦେଇ କହିଥିଲେ ।ଏହିପରି ଅନେକ ମୃତ୍ୟୁବ୍ୟକ୍ତି ଙ୍କର ଯାଞ୍ଚ ମଧ୍ୟ କରା ଯାଇଥିଲା , ତାହା ମଧ୍ୟ ଚାଲୁଥିବା ଜାଣି,ଦୁଃଖର ସହିତ ଶ୍ରୀ ମାଝୀ କହିଥିଲେ ,ମୁ ମୃତ୍ୟୁବ୍ୟକ୍ତି ମାନଙ୍କ ତାଲିକା ମାଗିଥିଲେ କିନ୍ତୁ ଯୋଗଣା ସହାୟକମାନେ ଦେଇ ନଥିବା ପ୍ରକାଶ କରିଥିଲେ ।ତାହାହେଲେ ପଞ୍ଚାୟତର ଜାଣତରେ କେତକ ଦଲାଲ,ଙ୍କସହ ମିଶି ସରପଞ୍ଚ,ଚ.ଋ.ଙ.ଓ ଯୋଗଣା ସହାୟକ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡ଼ପ କରି ମାଲା ମାଲା ହେଉଛନ୍ତି ବୋଲି ଜନସାଧାରଣ ତଥା ବୁଦ୍ଧି ଯିବି ମାନେ ମତ ପ୍ରକାଶ କରିଛନ୍ତି ।ଏଣୁ ଏହାକୁ ତୁରନ୍ତ ତଦନ୍ତ କରି ଯେଉଁମାନେ ଏହି ଦୁର୍ନୀତି ରେ ,ସାମିଲ ହୋଇଛନ୍ତି ସେମାନଙ୍କର ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ସରକାର,ତଥା ପ୍ରଶାସନକୁ ନିବେଦନ କରିଛନ୍ତି ।