ଦେଶ ବିଦେଶ

ଲୋକସଭାରେ କାଟ ଖାଇଲା ମୋଦୀ ସରକାର ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ – Utkal Mail

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥବା ଭାଷଣ ଶେଷ ହେବା ପରେ ଅନାସ୍ଥା ପ୍ରସ୍ତାବଟି ବାଚନିକ ଭୋଟରେ କାଟ ଖାଇଯାଇଥିଲା । ତେବେ ବାଚନିକ ଭୋଟ ପର୍ବରୁ ହିଁ ବିରୋଧୀ କକ୍ଷତ୍ୟାଗ କରିସାରିଥିଲେ । ଏହା ସହିତ ସଂସଦ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, “୨୦୧୮ରେ ମୁଁ ବିରୋଧୀଙ୍କୁ ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାୟିତ୍ୱ ଦେଇଥିଲି ଏବଂ ସେମାନେ ମୋ କଥା ପାଳନ କରିଥିଲେ। କିନ୍ତୁ ମୁଁ ଦୁଃଖିତ ଯେ ୫ ବର୍ଷରେ ସେମାନେ ଭଲ ପ୍ରଦର୍ଶନ କରିବା କଥା, କିନ୍ତୁ କୌଣସି ପ୍ରସ୍ତୁତି ନଥିଲା, ସୃଜନଶୀଳତା ନଥିଲା । ମୁଁ ଆପଣଙ୍କୁ ୨୦୨୮ ପାଇଁ ଆଉ ଏକ ସୁଯୋଗ ଦେବି, କିନ୍ତୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଯେତେବେଳେ ସେମାନେ ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ସେତେବେଳେ ପ୍ରସ୍ତୁତ ହୋଇ ଆସନ୍ତୁ ।“

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button