ଦେଶ ବିଦେଶ

ଦାନ୍ତ ଘଷିବାର ସଠିକ୍‌ ଉପାୟ (Dental Care) କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଦାନ୍ତ ପୋକ ଖାଇବା ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟବଧାନରେ ଦାନ୍ତ ଘଷିବା ଅତ୍ୟନ୍ତ ଜରୁରୀ ଅଟେ । ଏଥିପାଇଁ ପ୍ରତିଦିନ ଦିନକୁ ଦୁଇ ଥର ବ୍ରଶ କରିବା ଆବଶ୍ୟକ।କିନ୍ତୁ ଆପଣ କଣ ଜାଣିଛନ୍ତି କି ବ୍ରଶ କରିବାର ମଧ୍ୟ ସଠିକ ଉପାୟ ରହିଛି ? ତେବେ ଚାଲନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ଵାଇଁଙ୍କ ଠାରୁ ଜାଣିବା ଦାନ୍ତ ଘଷିବାର ସଠିକ ଉପାୟ ବା କେମିତି ବ୍ରଶ କଲେ ଦାନ୍ତ ସଫା ରହିବ।

ତେବେ ଡାକ୍ତର ଦିବ୍ୟ ଲୋଚନ ସ୍ଵାଇଁଙ୍କ ମତରେ ଆମେ ସର୍ବଦା ଆଇନା ଆଗରେ ଠିଆ ହୋଇ ଦାନ୍ତ ଘଷିବା ଉଚିତ । ଏହାଦ୍ବାରା ଏକାଗ୍ରତା ବଢେ । ଆଇନା ଆଗରେ ଠିଆ ହେବା ପରେ ଆପଣ ପ୍ରଥମେ ପାଟିର ଡାହାଣ ପାଖରୁ ଆରମ୍ଭ କରି ବାମ ପାଖ ପର୍ଯ୍ୟନ୍ତ ଦାନ୍ତ ଘଷିବା ଉଚିତ । ଦାନ୍ତର ବାହାର ପଛଭାଗ କୁ ଆପଣ କେବେ ହେଲେ ସିଧା ଘଷନ୍ତୁ ନାହିଁ। ଏପରି କଲେ ଆପଣଙ୍କ ମାଢି ଖଣ୍ଡିଆ ହେବାର ସମ୍ଭାବନା ରହିବା ସହ ଦାନ୍ତ ଅଧିକ ଘୋରି ହୋଇଯିବ ।

ସେଥିପାଇଁ ଆପଣ ୪୫॰ ଆଙ୍ଗେଲରେ ବ୍ରଶ ରଖି ବୃତ୍ତାକର ଗତିରେ ସେହି ପାଖ ଦାନ୍ତ ଘଷିବା ଉଚିତ। ଏହାଦ୍ବାରା ଦାନ୍ତରେ ଅଧିକ ଚାପ ପଡିବନି ଏବଂ ଦାନ୍ତ ମଝିରୁ ମଳି ମଧ୍ୟ ବାହାରିଯିବ । ତାପରେ ଆସିବେ ସାମନା ଦାନ୍ତ ପାଖକୁ । ସାମନାରେ ଲମ୍ବା ଏବଂ ସମାନ୍ତର ଭାବେ ଦୁଇରୁ ଚାରି ଥର ଲେଖାଏଁ ବ୍ରଶ କରିବେ । ସେଠାରେ ବେଶୀ ସମୟ ବ୍ରଶ କରିବେ ନାହିଁ । ଏହା ପରେ ଯିବେ ବାହାର ବାମ ପାର୍ଶ୍ଵକୁ ଓ ସେଠାରେ ମଧ୍ୟ ଡାହାଣ ପାର୍ଶ୍ଵ ପରି ଘଷିବେ । ଏହାପରେ ଯିବେ ଦାନ୍ତର ଭିତର ଭାଗକୁ ।


ସେଠାରେ ମଧ୍ୟ ଉପର ତଳ କରି ସିଧା ଭାବେ ବ୍ରଶ କରିବେ । ଏହାପରେ ତଳ ଦାନ୍ତର ଜିଭ ପଟୁ ଏବଂ ଉପର ଦାନ୍ତର ତାଳୁକା ପଟୁ ବ୍ରଶ କରିବେ। ସେଠାରେ କେବଳ ବ୍ରଶକୁ ବାହାରକୁ ଟାଣିବା ପରି ଘଷିବେ ଏବଂ ଭୂସମାନ୍ତର ଭାବେ ବ୍ରଶ କରିବେ । ଏଠାରେ ଆପଣଙ୍କ ନରମ କୋଷ ରହିଥିବାରୁ ହାଲୁକା ଭାବେ ଘଷିବେ । ଆଉ ସବୁଠୁ ମୁଖ୍ୟ ବିଷୟ ହେଉଛି ଆପଣ ଦୁଇରୁ ତିନି ମିନିଟ ଯାଏ ହିଁ ବ୍ରଶ କରିବେ ।

ଆପଣଙ୍କ ଶରୀରର ଅନ୍ୟ କୋଷ ଓ କେତେକ ହାଡ ଯେମିତି ପୁନଃବିକଶିତ ହୋଇପାରେ ଦାନ୍ତ ସେହିପରି ପୁନଃବିକଶିତ ହୋଇପାରେ ନାହିଁ। ସେଥିପାଇଁ ଦାନ୍ତ ଥରେ ନଷ୍ଟ ହେଲେ ସେହିପରି ଆଉ ଅସଲ ଦାନ୍ତ ପାଇବା ଅସମ୍ଭବ ଅଟେ । ଆପଣ ସକାଳେ ଏବଂ ରାତିରେ ଦୁଇ ଥର ବ୍ରଶ କରିପାରିବେ । କିନ୍ତୁ ଆପଣ ଏହା ମଝିରେ ଯେତେ ଥର ଭୋଜନ କରୁଛନ୍ତି ନିଶ୍ଚୟ କୁଳି କରନ୍ତୁ । ଏହାଦ୍ବାରା ଆପଣଙ୍କ ଦାନ୍ତରେ ଖାଦ୍ୟ ଜମି ରହିବ ନାହିଁ ।

ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ କୁଳି କଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଯଦି କେଉଁ ସ୍ଥାନରେ ବ୍ୟଥା ହେଉଛି ତେବେ ତାହା ଦୂର କରିବାରେ ମଧ୍ୟ ଏହା ସହାୟକ ହେବ । ଆପଣ ଚାହିଁଲେ ମାଉଥ ୱାଶ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ବୟସ୍କ ଲୋକ ଏବଂ ଡାଇବେଟିସ ଥିବା ବ୍ୟକ୍ତି ଲୁଣ ପାଣିରେ ହିଁ କୁଳି କରିବା ଉଚିତ ହେବ। ତେବେ ଏହା ଉପରେ ଆପଣ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button