ଓଡିଶା

ଚଇତି ଇଡ଼ିଟାଲ ପାଇଁ ବାଜିଲା ବିଗୁଲ, ୩ ଦିନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ – Utkal Mail



ରାୟଗଡା: ଇଡ଼ିଟାଲ ଚଇତି ୨୦୨୩ । ଗୁଣୁପୁର ଉପଖଣ୍ଡ ରେ ଚଳିତ ବର୍ଷ ଡିସେମ୍ବର ୨୧ ରୁ ୨୩ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ । ଏନେଇ ଉପଖଣ୍ଡ ସ୍ତରୀୟ ଇଡ଼ିଟାଲ ଚଇତି ପାଇଁ ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅଧକ୍ଷତା କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼କ୍ଟର ଗିରିଧାରୀ ଗମାଙ୍ଗ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ଅତିଥି ଭାବେ ମଞ୍ଚାସୀନ ଥିଲେ । ବୈଠକରେ ଚଳିତ ମାସ ତିନି ଦିନ ଧରି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ଆଲୋଚନା କରାଯାଇଥିଲା ।

ଏହାସହ ଓଡିଶୀ ସଂଗୀତ ଏବଂ ନୃତ୍ୟ ପାଇଁ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ ଏବଂ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଙ୍କ ସହ ଆଦିବାସୀ ଶବ୍ଦ ର ପ୍ରତିଷ୍ଠାତା ମଙ୍ଗଇ ଗମାଙ୍ଗ, କମ୍ରେଡ ନାଗଭୂଷଣ ପଟ୍ଟନାୟକ ଙ୍କୁ ମରୋଣତ୍ତର ସମ୍ମାନ ଦେବା ସହ ସାମାଜିକ ଏବଂ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ଜୁରୀ କମିଟି ସେମାନଙ୍କ ନାମ କୁ ଅନୁମୋଦନ କରିବ ବୋଲି ବୈଠକ ରେ ସ୍ଥିର କରାଯାଇଛି ।

ଅନ୍ୟପଟେ କାର୍ଯ୍ୟକ୍ରମ କୁ କିଭଳି ସୁଚାରୁ ରୂପେ କରାଯିବ ସେଥିପାଇଁ ବିଭିନ୍ନ କମିଟି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜଣାଇଦିଆଯାଇଛି । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ, ଅକ୍ଷୟ ଦାସ, ଗୁଣୁପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଥାନା ଅଧିକାରୀ ଉତ୍ତମ ସାହୁ ଙ୍କ ସହ ଉପଖଣ୍ଡ ର ସମସ୍ତ ସରକାରୀ ଅଧିକାରୀ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ର ନିର୍ଦ୍ଦେଶକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଶେଷରେ ପ୍ରକଳ୍ପ ପ୍ରଶାସିକ ଶାନ୍ତିପ୍ରଭା ପ୍ରଧାନ ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଧନୁର୍ଜୟ ବେହେରା ଅନନ୍ତ ପାତ୍ର ପରିଚାଳନା କରିଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button