କ୍ରାଇମ

ହାଇୱାକୁ ପଛପଟୁ ପିଟିଲା କାର୍, ୪ ଆହତ ;୨ ଗୁରୁତର

ନୟାଗଡ଼: ନୟାଗଡ଼ରେ ହାଇୱାକୁ ପଛପଟୁ ପିଟିଲା କାର୍ । ୪ ଆହତ, ୨ ଗୁରୁତର । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଆହତମାନେ ନୟାଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନୂଆଗାଁ ଥାନା ସଂପଡ଼ାନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛ ।

ବଲାଙ୍ଗୀର ଜିଲ୍ଲା ବାହାବଲ ଗାଁର ଗିରିଜା ବେହେରାଙ୍କର ଡାଇଲିସିସ୍ କରିବା ପାଇଁ ସମ୍ପର୍କୀୟମାନେ ଏକ ଇନୋଭା କାରରେ କଟକ ଆସୁଥିଲେ । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସଂପଡ଼ା ନିକଟରେ ଆଗରେ ଯାଉଥିବା ହାଇୱା ଟ୍ରକଟି ହଠାତ୍ ବ୍ରେକ୍ ମାରିବାରୁ କାରଟି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା । ଗିରିଜା ବେହେରା ଏବଂ ରଚନା ବେହେରାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button