ସମସ୍ତଙ୍କ ପାଇଁ ଅନ୍ତଃବେଶୀ ସହର’ ସମାନୁପାତିକ ବିକାଶ ଲୋଡା : ଦି ହ୍ୟୁମାନିଟି
ଭୁବନେଶ୍ୱର ୨୪/୦୮ ଆଜି ‘ଦି ହ୍ୟୁମାନିଟି’ ର ୩୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଲୋହିଆ ଏକାଡେମୀ ରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ Inclusive cities for all ‘ସମସ୍ତଙ୍କ ପାଇଁ ଅନ୍ତଃବେଶୀ ସହର’ ସନ୍ଦର୍ଭରେ ଆଲୋଚନା କରାଯାଇଥିଲା I ସହରରେ ବାସ କରୁଥିବା ସବୁବର୍ଗର ଲୋକଙ୍କ ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବା, ବିପର୍ଯ୍ୟୟ ଅନୁକୂଳ ଭିତିଭୂମି ନିର୍ମାଣ, ଜନ ଭାଗୀଦାରୀ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟନୋୟନ ଏବଂ ସୁରକ୍ଷା ପ୍ରସଙ୍ଗରେ ସରକାର ଗୁରୁତ୍ବ ଦେବା ସହିତ ସମାଜିକ ନ୍ୟାୟ ପ୍ରଦାନ କରନ୍ତୁ। ଦି ହ୍ୟୁମାନିଟି ର ସଭାପତି, ଶ୍ରୀକାନ୍ତ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ I ଟ୍ରାନ୍ସଜେଣ୍ଡରଙ୍କ ଓ ବସ୍ତି ବାସିନ୍ଦା ମୌଳିକ ଅଧିକାର, ଭେଦଭାବ, ସୁରକ୍ଷା, ସଶକ୍ତିକରଣ, ଜୀବିକା ଓ ସମ୍ମାନ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସକ୍ରୀୟ ଯୋଗଦାନ ପାଇଁ ମେଘନା ସାହୁ, ରଞ୍ଜୁଲତା ମହାପାତ୍ର ଏବଂ ଯୋଗେନ୍ଦ୍ର ଡାକୁଆଙ୍କୁ ‘ ସମାଜ ପରିବର୍ତ୍ତନର ବାହକ’ (Social Change Maker) ଭାବରେ ସମ୍ମାନିତ କରାଯାଇଥିଲା। ପ୍ରଫେସର ଯନ୍ତ୍ରଣା ପରୀକ୍ଷିତ, ବରିଷ୍ଠ ସାମ୍ବାଦିକ, ସୁଦର୍ଶନ ଛୋଟରାୟ, ବିଶିଷ୍ଟ ସମାଜସେବୀ, ନିରାକାର ବେହୁରା, ଗୈାରାଙ୍ଗ ମହାପାତ୍ର, ବିଜୟ କୁମାର ପ୍ରଧାନ ଏବଂ ଗଦାଧର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ବିଭିନ୍ନ ସାହୀରୁ ଅନ୍ୟୁନ ୫୦ ରୁ ଉର୍ଦ୍ଧ୍ବ କମ୍ୟୁନିଟି ଲିଡର ଯୋଗଦେଇଥିଲେ I ପ୍ରଭାସିନୀ ରାଉତ ଏବଂ ଲତା ସାହୁ ସଂଯୋଜନା କରିଥିଲେ।