ଓଡିଶା

ପୁରୀରୁ ଆରମ୍ଭ ବିଜେପିର ବିଜୟ ଅଭିଯାନ

ପୁରୀ, ୦୯/୦୫/୨୪: ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ଯିବ ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନରେ ଜିତିବାକୁ ଜୋରଦାର ଲଢେଇ ହେବ। ଏହି ଲକ୍ଷ୍ୟ ବେଶ ପୁରୀରୁ ଆରମ୍ଭ ହୋଇଚି ବିଜୟ ଅଭିଯାନ କାର୍ଯ୍ୟକ୍ରମ । ଦଇତାପତି ସେବକ ତଥା ରାଜ୍ୟ ବିଜେପି ଉପ ସଭାପତି ଭବାନି ଦାସ ମହାପାତ୍ରଙ୍କ ନେତୃତ୍ଵରେ ଆରମ୍ଭ ହୋଇଚି ଏହି ବିଜୟ ଅଭିଯାନ ଯାତ୍ରା। ଶ୍ରୀ ମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଦୀପ ଦାନ କରାଯାଇଛି। ପରେ ପାରମ୍ପାରିକ ଘଣ୍ଟ ଘଣ୍ଟା, ମୃଦଙ୍ଗ ଆଦି ବାଦ୍ୟ ତାଳରେ ପୁରୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଦଇତାପତି ସେବକ ଭବାନି ଦାସ ମହାପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଲକ୍ଷ୍ୟକୁ ସାକାର କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନିଆଯାଇ ପୁରୀରୁ ଏହି ବିଜୟ ଅଭିଯାନ ଯାତ୍ରା ସାରା ଓଡ଼ିଶା ପାଇଁ ଆରମ୍ଭ ହୋଇଚି। ମହାପ୍ରଭୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇ ପାରିବ ନାହିଁ। ଏଣୁ ମହାପ୍ରଭୁଙ୍କ ଶକ୍ତି ଓ ଆଶୀର୍ବାଦ ନିଆଯାଇ ଆଗାମୀ ନିର୍ବାଚନରେ ବିଜେପି ଓଡିଶାରେ ଜୋରଦାର ଲଢେଇ କରିବ। ଆଗାମୀ ନିର୍ବାଚନ ରେ ବିଜେପି ସରକାର୍ ଗଠନ କରି ମୋଦି ଜି ଙ୍କ ସୁଶାସନ ଓଡ଼ିଶାରେ ପ୍ରତିଷ୍ଠା କରାଯିବ। ବିଜେଡ଼ିର ଅପାରଗ, ଦୁର୍ନୀତି ଗ୍ରସ୍ତ ସରକାରକୁ ପରାସ୍ତ କରାଯିବ। ସେଥିପାଇଁ ବିଜେପିର ଯୋଦ୍ଧା ତଥା ପ୍ରାର୍ଥୀଙ୍କ ନିକଟରେ ମହାପ୍ରଭୁଙ୍କ ଆଶୀର୍ବାଦ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଚି ବିଜୟ ଅଭିଯାନ ଯାତ୍ରା। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦକୁ ନିଆଯାଇ ଓଡ଼ିଶା ସବୁ ନିର୍ବାଚନ ମଣ୍ଡଳୀକୁ ଯାଇ ବିଜେପିର ସବୁ ପ୍ରାର୍ଥୀଙ୍କୁ ମହାପ୍ରଭୁଙ୍କ ସାମଗ୍ରୀ ପ୍ରଦାନ କରାଯାଇ ଆଗାମୀ ନିର୍ବାଚନ ଲଢେଇ ପାଇଁ ଉତ୍ସାହିତ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button