ଓଡିଶା
ରାସନ କାର୍ଡ ବାଣ୍ଟିଲେ କର୍ପୋରେଟର ସ୍ୱର୍ଣ୍ଣପ୍ରଭା
କଟକ, ୨୪/୮ କଟକ ମହାନଗର ନିଗମର ୪୧ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ ରାସନ କାର୍ଡ ବାଣ୍ଟିଛନ୍ତି କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ । ଶ୍ରୀମତୀ ପଶାୟତ ଆଜି ୱାର୍ଡ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୧ ନମ୍ବର ୱାର୍ଡର ୪୬ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସାରଦା ପ୍ରସନ୍ନ ମହାନ୍ତି,ଶ୍ରୀମନ୍ତ ଦାସ, ରାଜଶ୍ରୀ ମହାନ୍ତି ଓ ମମତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।