କ୍ରାଇମ

ରାୟଗଡା ଷ୍ଟେସନରୁ ଗଂଜେଇ ଜବତ, ହରିୟାଣାର ଯୁବକ ଗିରଫ   – Utkal Mail


ରାୟଗଡା: ରାୟଗଡା ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଂଜେଇ। ରେଳ ବିଭାଗର ଗୁଇନ୍ଦା ଟିମ୍ ରାୟଗଡା ଷ୍ଟେସନରେ ତନଖି କରୁଥିବା ବେଳେ ପ୍ଲାଟ୍ ଫର୍ମ ନମ୍ବର -୩ରେ ଜଣେ ସଂଦୀଗ୍ଧ ବ୍ୟକ୍ତିକୁ ଧରିଥିଲେ। ତାକୁ ପଚରାଉଚରା କରିବା ବେଳେ ତା ନିକଟରୁ ୬ କିଲୋ ୧୭୦ ଗ୍ରାମ ଗଂଜେଇ ଜବତ କରାଯାଇଥିଲା। ଗିରଫ ବ୍ୟକ୍ତି ଜଣକ ହେଲେ ହରିଆଣା ପାନିପଥ ଅଂଚଳର ୨୪ ବର୍ଷୀୟ ବିନୋଦ ବୋଲି ଜଣାପଡିଛି। ସେ ବିଶାଖାପଟଣା-ନିଜାମୁଦିନ୍ ଟ୍ରେନରେ ଯିବା ପାଇଁ ଏକ ଜେନେରାଲ ଟିକେଟ୍ କାଟି ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଧରାପଡିଛି। ଆରପିଏଫ ଷ୍ଟାପ୍ ତାକୁ ରାୟଗଡା ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି। ଏ ନେଇ ରାୟଗଡା ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଗଂଜେଇର ମୂଲ୍ୟ ୪୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।ଏହି ଗଂଜେଇ କେଉଁଠୁ ଆଣିଲା ତାକୁ କିଏ ଦେଲା ତାହାର ତଦନ୍ତ କରୁଛି ଅବକାରୀ ବିଭାଗ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button