ଦେଶ ବିଦେଶ

ପ୍ରତ୍ୟର୍ପଣ ପ୍ରକ୍ରିୟାରେ ସାମିଲ ୨ ବରିଷ୍ଠ ଏନ୍‌ଆଇଏ ଅଧିକାରୀ

ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଆମେରିକା‌ରୁ ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ୨ ଜଣ ବରିଷ୍ଠ ଏନ୍ଆଇଏ ଅଧିକାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ଏନ୍‌ଆଇଏ ଅଧିକାରୀ ଆଶିଷ ବାତ୍ରା ଏବଂ ଜୟା ରାୟ  ରାଣାର ପ୍ରତ୍ୟର୍ପଣ ପ୍ରକ୍ରିୟାର ନେତୃତ୍ବ ନେଇଛନ୍ତି। ଝାଡ଼ଖଣ୍ଡ କାଡର୍‌ର ୧୯୯୭ ବ୍ୟାଚ୍‌ ଆଇପିଏସ ଅଫିସର ଆଶିଷ ବାତ୍ରା ଏବେ ଏନ୍‌ଆଇଏ  ଆଇଜି ଅଛନ୍ତି।  ୨୦୧୯ରୁ ସେ ଏନ୍‌ଆଇଏରେ ୫ ବର୍ଷ ପାଇଁ ନିଯୁକ୍ତି ପାଇଥ‌ିଲେ। ତେବେ ୨୦୨୪ ସେପ୍ଟେମ୍ବର ୧୫ରେ ଗୃହ ମନ୍ତ୍ରାଳୟ ଦ୍ବାରା ତାଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କରାଗଲା।  ଏନ୍‌ଆଇଏରେ ଯୋଗ ଦେବା ପୂର୍ବରୁ ବାତ୍ରା ଝାଡ଼ଖଣ୍ଡ ଜାଗୁଆର୍‌ର ଆଇଜି ଥିଲେ। ସେ ମଧ୍ୟ ଝାଡ଼ଖଣ୍ଡ ପୁଲିସରେ ମୁଖପାତ୍ର ଦାୟିତ୍ବ ତୁଲାଇଥିଲେ।  ନିଜର କ୍ୟାରିୟର ମଧ୍ୟରେ ବାତ୍ରା ଅନେକ ପ୍ରଶାସନିକ ଦାୟିତ୍ବରେ ରହିଛନ୍ତି।  ୩ ମାସ ପାଇଁ ସେ ଜେହାନାବାଦରେ ସହଯୋଗୀ ପୁଲିସ ସୁପରିନଟେଣ୍ଡେ‌ଣ୍ଟ୍‌ ଦାୟିତ୍ବରେ ରହିଥିଲେ।   କୋଏଲ କାରୋ ଏବଂ ହଜାରିବାଗ୍‌ରେ ମଧ୍ୟ ସେ ଏସ୍‌ପି ଥିଲେ।  ଅନ୍ୟପକ୍ଷେ ଜୟା ରାୟ ହେଉଛନ୍ତି ଝାଡ଼ଖଣ୍ଡ କାଡର୍‌ର ୨୦୧୧ ବ୍ୟାଚ ଆଇପିଏସ୍‌ ଅଫିସର।  ଜୟ‌‌ା ଏବେ ଏନ୍‌ଆଇଏରେ ଡିଆଇଜି ଅଛନ୍ତି।  ୨୦୧୯ରେ ସେ ଏନ୍‌ଆଇଏରେ ଏସ୍‌ପି ଭାବେ ୪ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ।  ତାଙ୍କ କାର୍ଯ୍ୟକାଳ ପରେ ବୃଦ୍ଧି କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button