କ୍ରାଇମ

ସ୍ବାମୀଙ୍କ ଚିକିତ୍ସା ପାଇଁ ନେଇଥିବା ଋଣ ଶୁଝି ନପାରିବାରୁ ସ୍ତ୍ରୀ ଦୁଷ୍କର୍ମର ଶିକାର – Utkal Mail


ନୂଆଦିଲ୍ଲୀ: ରାଜସ୍ଥାନର ନାଗୌରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ଋଣ ଆଣିଥିଲେ। ଏହି ଋଣ ସେ  ଠିକ ସମୟରେ ପୈଠ କରି ନପାରିବାରୁ ଦୁର୍ଷ୍କର ଶିକାର ହୋଇଥିବା ଜଣାପଡ଼ିଛି। ଏହି ଦୁଷ୍କର୍ମଘଟଣାର ଅଭିଯୋଗ ପରେ ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଛି।

ସୂଚନାଯୋଗ୍ୟ, ପୀଡିତ ମହିଳାଙ୍କ ସ୍ବାମୀ ପକ୍ଷଘାତରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ପାଖରେ ଥିବା ସମସ୍ତ ଟଙ୍କା ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ଖର୍ଚ୍ଚ କରି ସାରିଥିଲେ। ସ୍ବାମୀଙ୍କୁ ସୁସ୍ଥ କରିବା ପାଇଁ ଟଙ୍କାର ଆବଶ୍ୟକତା ଥିଲା। ତେଣୁ ମହିଳା ଦିଲ୍ଲୀ ଦରବାଜା ପାଖରେ ରହୁଥିବା ମେହରଦିନଙ୍କ ସହିତ ସମ୍ପର୍କ କରିଥିଲେ। ଆଉ ଘଟଣା ବିଷୟରେ ସବୁ କହିଥିଲେ। ଏହାପରେ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କୁ ଋଣରେ ୫୦୦୦ ଟଙ୍କା ଦେଇଥିଲେ। ଆଉ ମହିଳା ବି କହିଥିଲେ ତାଙ୍କ ସ୍ବାମୀ ସୁସ୍ଥ ହୋଇଗଲେ ସେ ଋଣରେ ନେଇଥିବା ସମସ୍ତ ଟଙ୍କା ଫେରାଇ ଦେବେ।

ସ୍ବାମୀ ହସ୍ପିଟାଲରୁ ଘରକୁ ଫେରିବା ପ‌ରେ ମହିଳା ମେହରଦିନଙ୍କ ଠାରୁ ନେଇଥିବା ୫୦୦୦ଟଙ୍କାକୁ ୫୦୦-୫୦୦ କରି ପୈଠ କରୁଥିଲେ। ୫୦୦୦ଟଙ୍କା ପୈଠ କରିବାକୁ ଆଉ କିଛି ଟଙ୍କା ବାକିଥିଲା।  ଏହି କାରଣରୁ ମହିଳାଙ୍କ ସ୍ବାମୀ ଘରେ ନଥିବା ବେଳେ ମେହରଦିନ ଘରେ ପଶି ଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ସହ୍ୟ କରି ନପାରି ମହିଳା ଜୀବନ ହାରିବାକୁ ଯାଉଥିଲେ। ଏହି ସମୟରେ ସ୍ଥାନୀୟଲୋକେ ମହିଳାଙ୍କୁ ଉଦ୍ଧାର କରି ପୁଲିସରେ ଖବର ଦେଇଥିଲେ। ପୁଲିସ ମହିଳାଙ୍କୁ ବୁଝ‌ାଇବା ପରେ ସେ ଥୟ ଧରି ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button