ଚୀନରେ ବ୍ୟାପୁଛି ଆଉ ଏକ ନୂଆ ଭୂତାଣୁ, ଜୁଲାଇରେ ୪ ଗୁଣ ବୃଦ୍ଧି – Utkal Mail
ବେଜିଂ : ଚୀନରେ ଆଉ ଏକ ସଂକ୍ରମକ ରୋଗ ବାହାରିଛି । ଏହା ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମଲିଙ୍ଗୀ ସଂପର୍କରୁ ଏହି ସଂକ୍ରମଣ ବ୍ୟାପୁଛି ।
ଗତ ଜୁଲାଇରେ ଚୀନରେ ଏମପିକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୫ ଗୁଣ ବୃଦ୍ଧି ପାଇଥିଲା । ସେପଟେ ଏହି ସଂକ୍ରାମକ ରୋଗକୁ ରୋକିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଚୀନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜୁଲାଇରେ ୪୯୧ ଟି ମାମଲା ଦେଖିବାକୁ ମିଳିଥିବା ବେଳେ ଜୁନରେ ଏହା ୧୦୬ ଟି ମାମଲା ଥିଲା । ରିପୋର୍ଟ ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୯୬ ପ୍ରତିଶତ ହେଉଛନ୍ତି ପୁରୁଷ, ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ହେଉଛି ସେହି ଭୂତାଣୁ ଯାହା କିଛି ଦିନ ପୂର୍ବରୁ ମଙ୍କିପକ୍ସ ନାମରେ ପରିଚିତ ଥିଲା ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁର କୌଣସି ଗୁରୁତର ମାମଲା କିମ୍ବା ମୃତ୍ୟୁ ଘଟିନାହିଁ। ମଙ୍କିପକ୍ସ ପ୍ରସଙ୍ଗରେ ଡବ୍ଲୁଏଚଓ କହିଛି ଯେ ଏହା ଏକ ବିଶ୍ୱସ୍ତରୀୟ ଜରୁରୀକାଳୀନ ପରିସ୍ଥିତି ନୁହେଁ କିନ୍ତୁ ଏହାକୁ ହ୍ରାସ କରିବା ପାଇଁ ଚୀନକୁ ଅଧିକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି।
ଚୀନ୍ ସିଡିସି ଏହାର ସମସ୍ତ ସ୍ଥାନୀୟ ଶାଖା କର୍ମଚାରୀଙ୍କୁ ଏହି ଭୂତାଣୁ ବିଷୟରେ ଯଥାସମ୍ଭବ ଲୋକଙ୍କୁ ଅବଗତ କରାଇବା ଏବଂ ନାଗରିକମାନଙ୍କୁ ଏହା ବିଷୟରେ ସଚେତନ କରିବାକୁ ପରାମର୍ଶ ଦେଇଛି।