କ୍ରାଇମ

ଭିଜିଲାନ୍ସ ଜାଲରେ ସିଏଚସି କିରାଣୀ

କଟକ, ୨୪/୮ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର କୋରାପୁଟ ଡିଭିଜନର କର୍ମଚାରୀମାନେ ଆଜି ୯ ହଜାର ଟଙ୍କା ଲାଂଚ ନେଉଥିବା ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କନିଷ୍ଠ କିରାଣୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ ଦିବ୍ୟଜ୍ୟୋତି । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ୫ ଜଣ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ମୃତ୍ୟୁକାଳୀନ ପ୍ରମାଣପତ୍ରକୁ ରେକର୍ଡଭୁକ୍ତ କରିବା ପାଇଁ କିରାଣୀ ଦିବ୍ୟଜ୍ୟୋତି ୧୮ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ତେବେ ମୂଲଚାଲ ପରେ ୯ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା । ଆଜି ଏହି ଲାଂଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ୨୮/୨୨ରେ ଏକ ମାମଲା ରୁଜୁ କରାଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button