ଦେଶ ବିଦେଶ

ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ, ଚାଲିଛି ଉଦ୍ଧାର କାର୍ଯ୍ୟ

ମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ଜବଲପୁର ଷ୍ଟେସନରେ ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସ ଜବଲପୁର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

ଘଟଣାଟି ଶନିବାର ସକାଳ ୫.୫୦ମିନିଟରେ ଘଟିଥିବା ବେଳେ ରେଳବାଇ ଅଧିକାରୀ ଓ ଊର୍ଦ୍ଧ୍ବାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଜବଲପୁରର ରେଲୱେ ଷ୍ଟେସନ ନିକଟରେ ଏକ ଟ୍ରେନ ଲୁହାରଡରେ ଧକ୍କା ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button