ସ୍ୱାସ୍ଥ୍ୟ

ଶରୀରକୁ କେଉଁ ଟମାଟୋ ଦେଇଥାଏ ଅଧିକ ଲାଭ, ନାଲି ନା ସବୁଜ,ଜାଣନ୍ତୁ

ଅଧିକାଂଶ ଲୋକେ ରୋଷେଇ କରିବା ସମୟରେ କିମ୍ବା ସାଲାଡ଼ରେ ତିଆରି କରିବା ସମୟରେ ଲାଲ୍ ଟମାଟୋ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ସବୁଜ ଟମାଟୋର ଉପକାରିତା ବହୁତ ଅଧିକ ଥାଏ। ଖୁବ କମ ଲୋକ ସବୁଜ ଟମାଟୋର ଉପକାରିତା ବିଷୟରେ ଯାଣନ୍ତି।

ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଟମାଟୋର ଉପକାରିତା ବିଷୟରେ କହିବାକୁ ଯାଉଛୁ। ସବୁଜ ଏବଂ ନାଲି ଟମୋଟୋକୁ ଅନେକ ସୁସ୍ବାଦ ଖାଦ୍ୟ ତିଆରେ ସମୟରେ ବ୍ୟବହାର କରାଯାଇଥାଏ। ଉଭୟ ଟମାଟୋରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଥାଏ ଯାହା ଶରୀର ପାଇଁ ଉପଯୋଗୀ ହୋଇଥାଏ।

କିନ୍ତୁ ସବୁଜ ଟମାଟୋରେ ଭିଟାମିନ୍ ସି ଅଧିକ ପରିମାଣରେ ରହିଥାଏ। ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ସି ର ଅଭାବ ରହିଥାଏ ତେବେ ଆପଣ ସବୁଜ ଟମାଟୋ ଖାଇବା ଆରମ୍ଭ କରନ୍ତୁ। ତେବେ ଲାଲ ଟମାଟୋ ବିଷୟରେ କହିବାକୁ ଗଲେ ଲାଲ୍ ଟମାଟୋରେ ସବୁଜ ଟମାଟୋ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ଥାଏ।

ଲାଲ ଟମାଟୋ।:

ଲାଲ ଟମାଟୋରେ ଭିଟାମିନ୍ ଏ, ଭିଟାମିନ୍ ଇ, ଫାଇବର, ପୋଟାସିୟମ୍, ଜିଙ୍କ, ମ୍ୟାଗ୍ନେସିୟମ୍ ପରି ପୋଷାକ ତତ୍ତ୍ୱ ରହିଥାଏ। ଲାଇକୋପିନ୍ ହେଉଛି ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ।  ଯାହା ଲାଲ ଫଳ ଏବଂ ପନିପରିବାରେ ରହିଥାଏ।ଲାଲ୍ ଟମାଟୋରେ ମଧ୍ୟ ପ୍ରଚୁର ପରିମାଣର ଲାଇକୋପିନ୍ ରହିଥାଏ।ତେବେ ଲାଇକୋପିନ୍ କାରଣରୁ ହିଁ ଟମାଟୋର ରଙ୍ଗ ଲାଲ ଦେଖାଯାଏ।

ସବୁଜ ଟମାଟୋ।:

ଶରୀରରେ ଅନେକ ରୋଗ ଭଲ କରିବାରେ ଲାଇକୋପିନ୍ ସହାୟକ ହୋଇଥାଏ।କିନ୍ତୁ ଏହି ଲାଇକୋପିନ ସବୁଜ ଟମାଟୋରେ ନଥାଏ। କିନ୍ତୁ ସବୁଜ ଟମାଟୋ ହୃଦ ରୋଗୀଙ୍କ ପାଇଁ ବେଳ ଲାଭଦାୟୀ ହୋଇଥାଏ। ସବୁଜ ଟମାଟୋ ଶରୀରରେ ରକ୍ତ ସଞ୍ଚାଳନକୁ ଭଲ କରିଥାଏ।

କେବଳ ଏତିକି ନୁହେଁ, ମଧୁମେହ ରୋଗୀଙ୍କ ପାଇଁ ସବୁଜ ଟମାଟୋ ବେଶ ଉପକାରୀ ହୋଇଥାଏ।ସବୁଜ ଟମାଟୋ ରେ ଆଇରନ୍, ପୋଟାସିୟମ୍ ଏବଂ ଫସଫରସ୍ ପ୍ରଚୁର ମାତ୍ରାରେ ରହିଥାଏ।  ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

ସବୁଜ ଟମାଟୋ କର୍କଟ ରୋଗ ଦୂର କରିବାରେ ସହାୟକ ହୋଇଥାଏ। କର୍କଟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ପ୍ରତିଦିନ ସବୁଜ ଟମାଟୋ ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ। ତେବେ ସବୁଜ ଟମାଟୋ କଞ୍ଚା ଖାଇବା ପରିବର୍ତ୍ତେ ଏହାକୁ ରାନ୍ଧି କରି ଖାଇବା ଦ୍ବାରା ଶରୀରକୁ ଅଧିକ ଲାଭଦାୟକ ମିଳିଥାଏ।

ତେବେ ଶେଷକୁ କହି ରଖୁଛୁ ଯେ ଟମାଟୋ ଲାଲ ହେଉ କିମ୍ବା ସବୁଜ ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପୁଷ୍ଟିକର ଖାଦ୍ୟ ପାଇବା ପାଇଁ ନିଜ ଖାଦ୍ୟରେ ଆପଣ ଯେ କୌଣସି ଟମାଟୋ ବ୍ୟବହାର କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button