ଓଡିଶା

ଜାତୀୟ ରାଜପଥ ବିଭାଗ ଚିର ନିଦ୍ରାରେ,ବୁଢ଼ା ପୋଲ ଅବସ୍ଥା ଶୋଚନୀୟ

ଯାଜପୁର ସଦର,25/08/22(ଇନ୍ଦୁମତୀ ସାହୁ): କେଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଯାଜପୁର ଜିଲ୍ଲାରେ ମନମାନୀ କାମ କରିଚାଲିଛି।ଲକ୍ଷ ଲକ୍ଷ ଟଙ୍କା ମରାମତି ପାଇଁ ରାଜପଥ ବିଭାଗ ର ବ୍ୟୟବରାଦ ହେଉଥିଲେ ମଧ୍ୟ ଠିକ ଭାବେ ମରାମତି କାର୍ଯ୍ୟ ଚାଲୁନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଆନ୍ତରିକ ସମର୍ଥନ କରିଚାଲିଛନ୍ତି।ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗ କରି କରିଚାଲିଛନ୍ତି।ମାତ୍ର ଅଳ୍ପ ଦିନ ତଳେ ହୋଇଥିବା ପିଚୁ ଦିନ କେଇଟା ଭିତରେ ଉଠି ଯାଇଛି।ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ର ନିଆଁ ଜଳୁଛି।ଜିଲ୍ଲାର ଅନ୍ୟତମ ବ୍ୟସ୍ତବହୁଳ ୨୦ ନମ୍ବର ଜାତୀୟ ରାଜପଥ କୁଆଖିଆ ଯାଜପୁର ରାସ୍ତାର ବୁଢ଼ା ସେତୁ ଉପରେ ଏପରି ଅବସ୍ଥା ଦେଖିବାକୁ ମିଳିଛି।ପୁରୁଣା ପିଚୁ ଉପରେ ନୁଆ ପିଚୁ କରାଯାଇ ଥିବା ବେଳେ ପୁରୁଣା ପିଚୁରେ କୌଣସି ଦାଗ ନ ଦେଇ ନୂତନ ପିଚୁ ହୋଇଥିବାରୁ ନୁଆ ପିଚୁ ଉଠି ଯାଇଥିବା ର ଦେଖିବାକୁ ମିଳିଛି।ମରାମତି ପୂର୍ବରୁ ଯନ୍ତ୍ରୀ ମାନେ ଏଥିପ୍ରତି ନଜର ନଦେଇ ନୀରବ ଦ୍ରଷ୍ଟା ସାଜିକାଗଜ କଲମକୁ ସମର୍ଥନ ଜଣାଇବା ବିଭାଗୀୟ ଅଧିକାରୀଙ୍କ ସ୍ୱଛତା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି। ଅଳ୍ପ ଦିନ ତଳେ ମରାମତି ହୋଇଥିବା ଏ ପିଚୁ କାମ ର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ତୁରନ୍ତ ରାଜପଥ ର ମରାମତି କରିବାକୁ ସାଧାରଣ ରେ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button