ଓଡିଶା

ଓଡ଼ିଶା ଓ ଭିଏତ୍‌ନାମର ଭିନ୍‌ ଲଙ୍ଗ୍‌ ରାଜ୍ୟ ମଧ୍ୟରେ ବ୍ୟବସାୟ ଭିତ୍ତିକ ବୁଝାମଣା ସ୍ୱାକ୍ଷରିତ – Utkal Mail



ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତ୍‌ନାମ୍‌ର ଭିନ୍‌ ଲଙ୍ଗ ରାଜ୍ୟ ମଧ୍ୟରେ ବ୍ୟବସାୟ ଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଡ୍‌କୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ/ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇସାରିଛି।

ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ୱାରା ଓଡ଼ିଶା ଏପରି ମାନ୍ୟତା ପାଇଛି। କୃଷି, ପର୍ଯ୍ୟଟନ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଧାତୁ ଓ ଧାତବ ଆଦି ୬ ଗୋଟି ସେକଫର ଉପରେ ଗୁରୁତ୍ୱ ଦିଆଯାଉଛି । ଏମ୍‌ଏସ୍‌ଏମ୍‌ଇର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁସ୍ଥ ଓ ଅନୁକୂଳଧର୍ମୀ ପଲିସି ଓ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏବେ ଏମ୍‌ଏସ୍‌ଏମ୍‌ଇ ଅଧୀନରେ କେମିକାଲସ୍‌, ଫାର୍ମାସୁ୍ୟଟିକାଲ, ପ୍ଲାଷ୍ଟିକ, ସି-ଫୁଡ୍‌ ଆଦି ବିଭାଗକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଭିନ୍‌ ଲଙ୍ଗ୍‌ ରାଜ୍ୟକୁ ରପ୍ତାନୀ ପାଇଁ ଓଡ଼ିଶା ସର୍ବଦା ପ୍ରସ୍ତୁତ ଅଛି। ଓଡ଼ିଶାର ରପ୍ତାନୀ ନୀତି ମଧ୍ୟ ଦେଶୀୟ ରାଜ୍ୟସମୂହ ଓ ବିଦେଶକୁ ଖୁବ୍‌ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି।

ଭୁବନେଶ୍ୱରସ୍ଥ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଶାଖାର ପ୍ରତିନିଧି ରାଜେନ୍‌ ପାଢ଼ୀ କହିଥିଲେ ଯେ ଭିଏତ୍‌ନାମ୍‌ ସହ ଓଡ଼ିଶାର ସଂପର୍କ ବହୁତ ପୁରୁଣା। ପୂର୍ବରୁ ଓଡ଼ିଶାରୁ ଭିଏତ୍‌ନାମ୍‌କୁ ଲୁହା, ଇସ୍ପାତ ଓ ଧାତବ ପଦାର୍ଥ ରପ୍ତାନୀ ହେଉଥିଲା। ଏବେ ସେଠାରେ ଆମର ଖାଦ୍ୟ ଓ ସାମୁଦି୍ରକ ଖାଦ୍ୟର ଚାହିଦା ବଢ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଇଡ୍‌କୋ, ଇପିକଲ୍‌ ଏବଂ ବାଣିଜ୍ୟ ଓ ରପ୍ତାନୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିନ୍‌ ଲଙ୍ଗ୍‌ର ପ୍ରତିନିଧିମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ। ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ନିଜର ରପ୍ତାନୀ ନୀତି, ଉତ୍ପାଦ ଓ ସମ୍ପୂର୍ଣ୍ଣ ବିଭାଗ ଉପରେ ଏକ ଭିଡ଼ିଓ ଉପସ୍ଥାପନା କରିଥିଲେ । ସେମାନେ ମଧ୍ୟ ସେମାନଙ୍କର ଏକ ଭିଡ଼ିଓ ଉପସ୍ଥାପନ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button