କ୍ରାଇମ

ସ୍ତ୍ରୀକୁ ନିର୍ଦ୍ଦୟ ଭାବରେ ମାରିଚାଲିଥିଲା ହେଲମେଟ୍ ରେ – କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ହିନ୍ଦୁ ଧର୍ମ ଅନୁସାରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ର ବୋଲି କୁହାଯାଏ । ଦୁନିଆ ବଦଳିଯିବ ଯଦି ଏହି ସମ୍ପର୍କ ପ୍ରେମ ବା ଭଲପାଇବା ସହ ବିତାଯାଏ । ସ୍ଵାମୀ ସ୍ତ୍ରୀ ଉଭୟ ଉଭୟଙ୍କର ବହୁତ ଜରୁରୀ ହୋଇଥାନ୍ତି, ଯିଏ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପର୍କ ରଖିବାର ବଚନ ନେଇଥାନ୍ତି। ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହିବା ମଧ୍ୟ ଆବଶ୍ୟକ । କିନ୍ତୁ ଆମ ଦେଶରେ ପୁରୁଣା ସମୟରୁ ଆଜି ପର୍ଯ୍ୟନ୍ତ ମହିଳାମାନେ ଶୋଷଣର ଶିକାର ହୋଇଆସୁଛନ୍ତି । କେବେ ମହିଳାଙ୍କ ଉପରେ ଅଜଣା ଲୋକମାନେ ଅତ୍ୟାଚାର କରିଥାନ୍ତି ତ କେବେକେବେ ନିଜର ଲୋକ ମଧ୍ୟ ।

ଏମିତିରେ ନ ଚାହୁଁଥିବା ସତ୍ବେ ମଧ୍ୟ ସେମାନଙ୍କୁ ସେହି ପରିସ୍ଥିରେ ବଞ୍ଚିବା ଶିଖିବାକୁ ପଡିଥାଏ । ଏମିତି ଏକ ଦୁଃଖ ପୂର୍ଣ୍ଣ ଘଟଣା ଆମ ସମ୍ମୁଖକୁ ଆସିଛି ।

ଯେଉଠି ଗୋଟେ ପୁରୁଷ ତାର ସ୍ତ୍ରୀକୁ ଅତି ନୃଶଂସ ଭାବେ ମାଡ ମାରି ଚାଲିଥିଲା ଓ ତାକୁ ରୋକିବାକୁ କେହି ହେଲେ ଆସିନଥିଲେ । କେବଳ ସେତିକି ନୁହେଁ ତାକୁ ଏତେ ମାରିବା ପରେ ମଧ୍ୟ ଯେତେବେଳେ ସେ ସନ୍ତୁଷ୍ଟ ହୋଇପାରିଲା ନାହିଁ ସେ ତାକୁ ଘରୁ ବାହାର କରିଦେଇଥିଲା । ଓ ତାର ସନ୍ତାନ ମାନଙ୍କୁ ତାଠାରୁ ଦୂରେଇ ଦେଲ ।

ଜାଣନ୍ତୁ ପୁରା ଘଟଣା କଣ ଥିଲା କାରଣ??

ଏହି ଘଟଣାଟି କୋତୱାଲୀ ସିୱିଲ ଲାଇଂସର, ଯେଉଁଠି ଗତ ମଙ୍ଗଳବାର ଦିନ ମହିଳା ଜଣକ ପୁଲିସରେ ନିଜ ପିଲାଙ୍କୁ ନିଜ ପାଖକୁ ଆଣିବାର ବିନତି କରିଥିଲା । ପଥରୀ କ୍ଷେତ୍ର ନିବାସୀ ପୂଜା, କୋତୱାଲୀ ରେ FIR ଲେଖିକି କହିଲେ ଯେ ସେ ଚାରିବର୍ଷ ତଳେ ଢଂଡେରା ନିୱାସୀ ପଙ୍କଜ ସହିତ ବିବାହ କରିଥିଲା । ଯାହା ପରେ ତା ଶାଶୁଘର ଲୋକମାନେ ତାକୁ ଗୋଟେ ପୁତ୍ର ସନ୍ତାନ ଜନ୍ମ କରିବା ପାଇଁ ବାଧ୍ୟ କରିଥିଲେ, କିନ୍ତୁ ଯେତେବେଳେ ତାର ଗୋଟେ ଝିଅଟିଏ ଜନ୍ମ ହେଲା ସେମାନେ ତା ସହିତ ବହୁତ ଖରାପ ବ୍ୟବହାର କରିଥିଲେ।

ହେଲମେଟରେ ମାରୁଥିଲା

ପୂଜା କହିଥିଲେ କି ୨ବର୍ଷ ପର୍ଯ୍ୟନ୍ତ ସେ ସେହି ସବୁ କଷ୍ଟ ସହିବା ପରେ ପୁଣି ଥରେ ଯେତେବଳେ ମା ହବାକୁ ଗଲେ ସେମାନେ ପୁନଶ୍ଚ ତାଙ୍କ ଉପରେ ପୁଅଟେ ଜନ୍ମ କରିବା ପାଇଁ ଯୋର ପକାଇଥିଲେ। କିନ୍ତୁ ଭଗବାନ ପୁଣି ତାଙ୍କ ଘରକୁ ଗୋଟେ ଝିଅଟେ ପଠାଇଥିଲେ। ଯେଉଁଥିପାଇଁ ପୂଜାର ସ୍ଵାମୀ ଓ ପରିବାରର ଲୋକ ମାନେ ରାଗରେ ଜଳିବାକୁ ଲାଗିଲେ। କିନ୍ତୁ ଏହି ଗତ ମଙ୍ଗଳବାର ଦିନ ସକାଳୁ ସ୍ଵାମୀ ପଙ୍କଜ ପୂଜାଙ୍କୁ ହେଲମେଟରେ ମାରିବା ଆରମ୍ଭ କରିଦେଲେ, ଏବଂ ତା ସହିତ ଝିଅ ଜନ୍ମକରିଥିବାରୁ ବହୁତ କିଛି ଖରାପ କଥା ମଧ୍ୟ କହିଥିଲେ।

ପଡିସା ଲୋକେ ବଞ୍ଚାଇଥିଲେ

ହେଲମେଟର ମାଡରେ ପୂଜା ବହୁତ କଷ୍ଟ ପାଇ କାନ୍ଦିଥିଲେ ଓ ଚିଲାଇଥିଲେ ସୁଧା କେହି ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ। କିନ୍ତୁ ଯେତେବେଳେ ତାର କାନ୍ଦ ସାହି ପଡିସା ଲୋକଙ୍କ ପାଖରେ ପହଞ୍ଚିଥିଲା ସେମାନେ ତାକୁ ପଙ୍କଜ ଠାରୁ ବଞ୍ଚାଇଥିଲେ। ଯାହାପରେ ସେ କୋତୱାଲୀରେ ପହଞ୍ଚି ପୁଲିସଙ୍କ ପକ୍ଷେ ପଙ୍କଜ ବିରୁଦ୍ଧରେ ରିପୋର୍ଟ ଲେଖିଥିଲେ। ବର୍ତ୍ତମାନ ପୂଜା କେବଳ ତାଙ୍କ ଝିଅମାଙ୍କୁ ତାଙ୍କୁ ଫେରାଇବା ପାଇଁ ପୋଲିକେଙ୍କ ଆଗରେ କହିଛନ୍ତି ଯାହାଫଳରେ ସେ ସମାନଙ୍କୁ ନେଇ ତାଙ୍କ ବାପଘରକୁ ଚାଲିଯିବେ ।

ଏହା ବ୍ୟତୀତ ପୂଜା ତା ଶାଶୁଘର ଲୋକଙ୍କଠୁ ତା ଜୀବନର ଡର ରହୁଛି ବୋଲି କହିଥିଲେ ଓ ପୋଲିସଙ୍କୁ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ। ଏହା ପରେ ପୁଲିସ ପଙ୍କଜ ଓ ତା ପରିବାର ଲୋକଙ୍କ ବିରୁଦ୍ଧରେ କେସ କରି ତା ଉପରେ ଏବେ କାମ କରିବା ଆରମ୍ଭ କରିସାରିଲାଣି। ଏହା ବ୍ୟତୀତ ପୀଡ଼ିତାଙ୍କୁ ତାଙ୍କ ସନ୍ତାନ ଫେରେଇ ଦବାର ବିଶ୍ବାସ ମଧ୍ୟ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button