ଦେଶ ବିଦେଶ

କର୍ଣ୍ଣାଟକ : ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ପାଲଟିଲା ଋଣକ୍ଷେତ୍ର, ବୁଲିଲା ଖଣ୍ଡା, ୫୨ ଜଣ ଅଟକ

ଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ଦୁଲୁଦାଲ ହୋଇ ପଡିଲା ପଥର । ଦୋକାନରେ ନିଆଁ ଲଗାଇଦେଲେ । ଏପରି ଭୟଙ୍କର ଦୃଶ୍ୟ କର୍ଣ୍ଣାଟକର ମାଣ୍ଡୟାରେ ଘଟିଛି । ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳାକୁ ନେଇ ପୋଲିସ ଆଜି ୫୨ ଜଣଙ୍କୁ ଅଟକ ରଖିଛି ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଖବର ମୁତାବକ, ଗତ ରାତିରେ କର୍ଣ୍ଣାଟକର ମାଣ୍ଡୟାର ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ମସଜିଦ ନିକଟରେ ପହଞ୍ଚିବା ଅନ୍ୟ ଏକ ଗୋଷ୍ଠୀ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଶୋଭାଯାତ୍ରାରେ ସ୍ଥିତି ଏଭଳି ହେଲା ଯେ, ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରାଗଲା । ୨ରୁ ୩ଟି ଦୋକାନରେ ନିଆଁ ଲଗାଯାଇଛି । ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ । ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button