ଦେଶ ବିଦେଶ

ଆମେରିକାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ: ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମେତ ପରିବାରର ୭ ମୃତ

ନ୍ୟୁୟର୍କ: ନ୍ୟୁୟର୍କର କୋପାକେଠାରେ ଏକ ଘରୋଇ ବିମାନ ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଜୟ ସାଇନି, ତାଙ୍କ ପତି ମାଇକେଲ ଗ୍ରୋଫ୍‌ଙ୍କ ସମେତ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଏପ୍ରିଲ୍‌ ୧୨, ଶନିବାର ଘଟିଛି। ଡାକ୍ତର ନିଜର ପରିବାର ସହ ଏକ ଦ୍ବୈତ ଇଂଜିନ୍‌ ମିସୁବିସି ଏମ୍‌ୟୁ ୨ବି ବିମାନରେ ପୂର୍ବାହ୍‌ଣରେ ୱେଷ୍ଟ୍‌କେଷ୍ଟର କାଉଣ୍ଟି ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲେ।

ସେମାନେ କଲମ୍ବିଆ କାଉଣ୍ଟି ବିମାନବନ୍ଦରରେ ଓହ୍ଲାଇବା ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ବିମାନ ବନ୍ଦର ଠାରୁ ୧୬ କିମି ଦୂର ଦକ୍ଷିଣ ମାସାଚୁସେଟ୍‌ସ ଲାଇନ୍‌ର ଏକ ପଙ୍କିଳ ପଡ଼ିଆରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଯାତ୍ରା କରୁଥିବା ଡାକ୍ତର ସାଇନି, ତାଙ୍କ ପତି ମାଇକେଲ୍‌, ପୁଅ ଜାରେଡ୍‌ ଗ୍ରୋଫ୍‌ ଓ ତାଙ୍କ ବାନ୍ଧବୀ ଆଲେକ୍ସିଆ କେୟୁତାସ୍‌ ଦୁଆର୍ତେ, ଝିଅ କରିନା ଗ୍ରୋଫ୍‌ ଓ ତାଙ୍କ ପୁରୁଷ ବନ୍ଧୁ ଜେମ୍‌ସ ସାଣ୍ଟୋରୋ, ସାଇନିଙ୍କ ପିତା ଗୁରୁଦେବ ସିଂହଙ୍କ ମୃତ୍ୟୁ ଘଟିଛି। ପଞ୍ଜାବରେ ଜନ୍ମିତ ଡାକ୍ତର ସାଇନି ଆମେରିକାର ଜଣେ ଜଣାଶୁଣା ୟୁରୋଗାଇନେକଲୋଜିଷ୍ଟ୍‌। ତାଙ୍କ ପତି ଡା ମାଇକେଲ୍‌ ମଧ୍ୟ ଜଣେ ଡାକ୍ତର। ଉଭୟ ମିଶି ବୋଷ୍ଟନ୍‌ ପେଲ୍‌ଭିକ୍‌ ହେଲ୍‌ଥ୍‌ ଆଣ୍ଡ୍‌ ୱେଲ୍‌ନେସ୍‌ ସ୍ଥାପନ କରିଥିଲେ। ଏକ ଝିଅ ଅନିକା, ଶ୍ବଶୁର ଷ୍ଟିଫେନ୍‌, ଶାଶୂ ଗେବେନା, ସାଇନିଙ୍କ ମା କୁଲଜିତ ଜୀବିତ ଅଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button