କେବେ ବଦଳିବ ରାଜ୍ୟ ରାଜ ପଥ ର ଭାଗ୍ୟ : ଗଲାଣି ଅନେକ ଜୀବନ
ଟାଙ୍ଗୀ-ଚୌଦ୍ୱାର ୨୫/୮/୨୨ ଚୌଦ୍ୱାର :ମଙ୍ଗୁଳି ଛକ ଠାରୁ ସମ୍ବଲପୁର ପ୍ରଯ୍ୟନ୍ତ ଜାତୀୟ ରାଜପଥର ପ୍ରଶ୍ୱସ୍ତି ଓ ଦୋହରୀକରଣ କାର୍ଯ୍ୟ ପାଈଁ ହାଇଦ୍ରାବାଦ ର ଗାୟତ୍ରୀ କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥା ୨୦୧୭ ମସିହାରୁ କାମ ନେଇଥିଲା ।ଏହାରି ଭିତରେ ୫ବର୍ଷରୁ ଉର୍ଦ୍ଧ ସମୟ ବିତିଗଲେ ମଧ୍ୟ ଅଧା କାମ ବି ସରିପାରିଲାନି. ବାରମ୍ବାର ଠିକା ସଂସ୍ଥା ବଦଳେଇବା ପାଇଁ ଚୌଦ୍ୱାର ଜାଗରଣ ମଞ୍ଚ ତରଫରୁ ଆନ୍ଦୋଳନ, ଜାତୀୟ ରାଜପଥ ବନ୍ଦ କରିବା କାରଣରୁ ସେଥିପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଗାୟତ୍ରୀକୁ ହଟାଇ ଏବେ ମହେନ୍ଦ୍ର ସ୍ୱାଇଁ ଇମ୍ଫାଷ୍ଟ୍ରାକ୍ଚର ଲିମିଟେଡ଼ ନାମକ କଟକର ଏକ ଠିକା ସଂସ୍ଥାକୁ ରାସ୍ତା କାମ ସାରିବା ପାଇଁ ଦାଇତ୍ୱ ଦେଇଛନ୍ତି । ସୂଚନା ଥାଉକି ୧୬ ନମ୍ବର ଓ ୫୫ନମ୍ବର ଜାତୀୟ ରାଜପଥ ର ସଂଯୋଗ ସ୍ଥଳ ହେଉଛି ମଙ୍ଗୁଳି ଏଠାରେ ପ୍ରତେକ ଦିନ ଶହ ଶହ ଟ୍ରକ, ବସ ଯିବା ଆସିବା କରନ୍ତି ସେଥିପାଇଁ ଏହି ସଂଯୋଗ ସ୍ଥଳରେ ସପ୍ତାହ ଅନ୍ତରରେ ବିରାଟ ବିରାଟ ଗର୍ତ ସୃଷ୍ଟି ହେଉଛି । ଠିକା ନେଇଥିବା ସଂସ୍ଥା ଏସବୁ ଖାଲଖମା ଗୁଡିକ ସଂଗେ ସଂଗେ ମରାମତି କରିବା କଥା । କିନ୍ତୁ ଜାତୀୟ ରାଜପଥ ର କୌଣସି ଇଞ୍ଜିନିଅର ଠିକା ସଂସ୍ଥାର କାମକୁ ତଦାରଖ ନକରିବା ଫଳରେ ଠିକା ସଂସ୍ଥା ମନମୁଖୀ କାମ ଚଳେଇଛି । ମଙ୍ଗୁଳି ଓଭର ବ୍ରିଜ଼ ଆରମ୍ଭ ମୁଣ୍ଡରୁ ଚୌଦ୍ୱାର ଧୁମାବତୀ ପ୍ରଯ୍ୟନ୍ତ ବଡ଼ ବଡ଼ ଖାଲଖମା ହେବା ହେବା କାରଣରୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ଖାଲଟିକୁ ଦୀର୍ଘ ଦିନ ହେବ ମରାମତି କରାଯାଉ ନାହିଁ,ଫଳରେ ବର୍ଷା ଦିନେ ଖାଲରେ ପାଣି ଜମି ରହିବା କାରଣରୁ ଅନେକ ଗାଡି ଚାଳକ ଏହି ଖାଲରେ ପଡି ଖଣ୍ଡିଆ ଖାବରା ଓ ଦୁର୍ଘଟଣା ଘଟି ଆହତ ହୋଇଥାନ୍ତି । ଜାଗରଣ ମଞ୍ଚର ବାରମ୍ବାର ଆନ୍ଦୋଳନ ଫଳରେ ଏମଏସଆଇଏଲ ଠିକା ସଂସ୍ଥା କେବଳ ଅଧାପାନ୍ତରିଆ ସର୍ଭିସ ରୋଡ କରିଦେଇ ବସିପଡ଼ିଛି । ନାଁ ମୁଖ୍ୟ ରାସ୍ତାର କାମ ଆରମ୍ଭ ହେଉଛି ନାଁ, ତିନୋଟି ଓଭର ବ୍ରିଜ କାମ ନାଁ କୌଣସି ଡ୍ରେନେଜ କାମ ଆରମ୍ଭ ହେଉଛି । ସେଥିପାଇଁ ଜାଗରଣ ମଞ୍ଚର ସଦସ୍ୟ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି । ଗତ କିଛିଦିନ ତଳେ ଉଚ୍ଚନ୍ୟାୟାଳୟ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ପାର୍ଲିଆମେଣ୍ଟରେ କହିଥିଲେ କି ଉକ୍ତ ରାଜପଥ କାମ ଚଳିତ ଜୁନ ମାସ ମଧ୍ୟରେ ଶେଷ ହେବ କିନ୍ତୁ ରାସ୍ତାକାମ ସରିବା ତ ଦୂରର କଥା କେବଳ ସର୍ଭିସ ରୋଡରେ ଚୌଦ୍ୱାର ବାସୀଙ୍କୁ ସନ୍ତୁଷ୍ଟ ହେବାକୁ ପଡୁଛି । ଜଦିଓ ସ୍ଥାନେ ସ୍ଥାନେ ମରାମତି କାମ କରାଯାଇଛି କିନ୍ତୁ ଲଘୁଚାପଜନିତ ବର୍ଷାରେ ଓ ନିମ୍ନମାନର କାମ ଯୋଗୁଁ ପିଚୁ ଉଠିଗଲାଣି ଯାହାକୁ ନେଇ କଟକ ଚୌଦ୍ୱାର ସଚେତନ ମଞ୍ଚ ତରଫରୁ ରାଜପଥ ପ୍ରାଧିକରଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି କିନ୍ତୁ ଫଳ ଶୂନ । ଏ ନେଇ ଚୌଦ୍ୱାରବାସୀଙ୍କ ମନରେ ଅସନ୍ତୋଷ ଦେଖା ଯାଉଛି ।ତେଣୁ ତୁରନ୍ତ ଉକ୍ତ ଖାଲ ଗୁଡିକ ର ମରାମତି କରିବା ସହ ରାସ୍ତା କାମ ସାରିବା ପାଇଁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ବିଶେଷ ଦୃଷ୍ଟିଦେବା ପାଇଁ ସମସ୍ତ ମହଲରେ ସାଧାରଣରେ ଦାବି ହେଉଛି |