ବିଚାର

ଖରାପ ଝାଡୁ ଫିଙ୍ଗିବା ପୂର୍ବରୁ ନିଶ୍ଚିତ ଜାଣି ରଖନ୍ତୁ କିଛି ଖାସ କଥା । ନଚେତ ମାତା ଲକ୍ଷ୍ମୀ ହୋଇ ପାରନ୍ତି କ୍ରୋଧିତ

ଶାସ୍ତ୍ରରେ ଅନୁଯାୟୀ ଘରେ ଝାଡୁ ରଖିବାର ଏକ ଖାସ ମହତ୍ତ୍ୱ ରହିଛି ଏବଂ ଏହାକୁ ଉପଯୁକ୍ତ ସ୍ଥାନରେ ରଖିବା ସହିତ ଠିକ ଭାବରେ ବ୍ୟବହାର କରିବାର ଅନେକ ନୀତି ନିୟମ ବିଷୟରେ ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଝାଡୁକୁ ସାଧରଣତଃ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କରାଯାଏ । ଝାଡୁର ଭୁଲ ପ୍ରୟୋଗ ଜୀବନରେ ଦାରିଦ୍ର୍ୟତା ବଢ଼ାଇ ଥାଏ । ଭୁଲ ସମୟରେ ପ୍ରୟୋଗ କରାଯାଯାଉଥିବା ଝାଡୁ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଝାଡୁର ଉପଯୁକ୍ତ ପ୍ରାୟୋଗ ବ୍ୟକ୍ତିକୁ ଧନୀ ମଧ୍ୟ କରିପାରେ । କହିରଖିବୁ ଯେ ସକାଳ ସନ୍ଧ୍ୟାରେ ନିଶ୍ଚିତ ଭାବରେ ଝାଡୁ ମାରିବା ଉଚିତ । ଅତିକମରେ ସକାଳ ସମୟରେ ଝାଡୁ ନିହାତି ମାରନ୍ତୁ ।

ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଘରକୁ ଆଣୁଥିବା ନୂଆ ଝାଡୁର ପ୍ରୟୋଗ ଶନିବାର ଦିନରୁ କରନ୍ତୁ । ଦୀପାବଳି ଭଳି ଶୁଭ ଅବସରରେ ଝାଡୁ କିଣି ଆଣିବା ଖୁବ ଶୁଭ ହୋଇଥାଏ । ଝାଡୁକୁ ଖୋଲା ଆକାଶ ତଳେ ରଖିବା ଉଚିତ ନୁହେଁ ଏବଂ ତାହାକୁ ସବୁବେଳେ ନଜର ଠାରୁ ଦୂରରେ ଲୁଚେଇ ରଖିବା ଉଚିତ । ଝାଡୁ ରଖିବାର ଉପଯୁକ୍ତ ଦିଗ ହେଉଛି ଉତ୍ତର ପଶ୍ଚିମ ଦିଗ । ଝାଡୁରେ ଗୋଡ଼ ସ୍ପର୍ଶ ପାପ ତୁଲ୍ୟ ହୋଇଥାଏ ଏବଂ କାହାକୁ କେବେ ଝାଡୁରେ ମାରିବା ଉଚିତ ନୁହେଁ । ଐଶାନ୍ୟ କୋଣରେ ଝାଡୁ ରଖିବା ବର୍ଜିତ ଅଟେ ଏବଂ ଘରେ ଆପରିଷ୍କାର ଝାଡୁ ରଖିଲେ କଳହ କ୍ଳେଶ ଦେଖା ଦେଇଥାଏ ।

ଝାଡୁ ଅପରିଷ୍କାର ହୋଇଥିଲେ ତାହାକୁ ଧୋଇ ଶୁଖାଇ ପାରିବେ । ଆପଣ କୌଣସି ନୂଆ ଘରକୁ ନୂଆ କରି ଯାଉଥିଲେ ନୂଆ ଝାଡୁ ନେଇ ଯାଆନ୍ତୁ । ଝାଡୁ ପାଇଁ ଉପଯୁକ୍ତ ସ୍ଥାନ ହେଉଛି ଘରର କୋଣ ଏବଂ ତାହା ପୁଣି ସମସ୍ତଙ୍କ ନଜର ଠାରୁ ଦୂରରେ । ଭୋଜନ କକ୍ଷରେ ଝାଡୁ ରଖନ୍ତୁ ନାହିଁ ନଚେତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ରାତିରେ ଘରର ମୁଖ୍ୟଦ୍ୱାର କୋଣରେ ଝାଡୁ ରଖିଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରର କେହି ଛୋଟ ପିଲା ହଠାତ ଘରେ ଝାଡୁ କଲେ ତାହାର ଅର୍ଥ ଘରକୁ କେହି ଅତିଥି ଆସିବେ । ଝାଡୁକୁ କେବେବି ଓଦା କରି ରଖିବା ଉଚିତ ନୁହେଁ ।

ସନ୍ଧ୍ୟା ସମୟରେ କିମ୍ବା ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ । ଅତି ଜରୁରୀ ଥିଲେ ପୋଛା ପାଣିରେ ଏକ ଚିମୁଟା ହଳଦୀ କିମ୍ବଲ ଲୁଣ ମିଶାଇ ପୋଛା ଲଗାଇ ପାରିବେ । ଆପଣ ଚାହିଁଲେ ଫିଟିକିରି ମଧ୍ୟ ମିଶାଇ ପାରିବେ । ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । କୌଣସି ପଶୁପକ୍ଷୀଙ୍କୁ ଝାଡୁରେ ମାରନ୍ତୁ ନାହିଁ । ଘରର ସଦସ୍ୟ ଶୁଭ କାର୍ଯ୍ୟ ନିମନ୍ତେ ଯାଉଥିଲେ ଝାଡୁ ମାରିବା ଉଚିତ ନୁହେଁ । ନୂଆ ଘରକୁ ପ୍ରବେଶ କଲେ ନୂଆ ଝାଡୁ ନେଇ ଯାଆନ୍ତୁ । ମାତ୍ର ପୁରୁଣା ଝାଡୁ ଆଣି କିଛିଦିନ ବ୍ୟବହାର କରି ତାହାକୁ ବାହାର କରି ଦିଅନ୍ତୁ ଏବଂ ନୂଆ ଝାଡୁ ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ସୂର୍ଯ୍ୟାସ୍ତ ସମୟରେ ଘରକୁ ଝାଡୁ ଆଣନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button